ଡି-ବ୍ରଦର୍ସ ଲିଙ୍କ୍ ଅଭିଯୋଗ: କର୍ପୋରେଟର ରଞ୍ଜିତାଙ୍କୁ ଜେରା

କଟକ: ଡି-ବ୍ରଦର୍ସଙ୍କ ସହ ଲିଙ୍କ୍ ଥିବା ଅଭିଯୋଗରେ ଆଜି କଟକ ମହାନଗର ନିଗମର ୭ ନମ୍ବର ୱାର୍ଡ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ଜେରା କରିଛି ମହିଳା ପୋଲିସ୍। ସେସିଏମସିର ୭ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଭାବେ କର୍ପୋରେଟର ହୋଇଥିଲେ। ଡି-ବ୍ରଦର୍ସଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ରଞ୍ଜିତା ଉପସ୍ଥିତ ଥିବାର ଫଟୋକୁ ଆଧାର କରି ପୋଲିସ ତାଙ୍କୁ ଜେରା କରିଥିବା ଜଣାପଡ଼ିଛି। ଜେରା ସମୟରେ ଡି-ବ୍ରଦର୍ସଙ୍କ ସହ ରଞ୍ଜିତାଙ୍କର ଲିଙ୍କ୍ ସମ୍ପର୍କରେ ପୋଲିସ୍ କିଛି ସୁରାକ୍ ପାଇଥିବା ସୂଚନା […]

ranjita biswal-cmc-corporater-

Rakesh Mallick
  • Published: Saturday, 13 February 2016
  • , Updated: 13 February 2016, 05:12 PM IST

କଟକ: ଡି-ବ୍ରଦର୍ସଙ୍କ ସହ ଲିଙ୍କ୍ ଥିବା ଅଭିଯୋଗରେ ଆଜି କଟକ ମହାନଗର ନିଗମର ୭ ନମ୍ବର ୱାର୍ଡ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ଜେରା କରିଛି ମହିଳା ପୋଲିସ୍। ସେସିଏମସିର ୭ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଭାବେ କର୍ପୋରେଟର ହୋଇଥିଲେ। ଡି-ବ୍ରଦର୍ସଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ରଞ୍ଜିତା ଉପସ୍ଥିତ ଥିବାର ଫଟୋକୁ ଆଧାର କରି ପୋଲିସ ତାଙ୍କୁ ଜେରା କରିଥିବା ଜଣାପଡ଼ିଛି। ଜେରା ସମୟରେ ଡି-ବ୍ରଦର୍ସଙ୍କ ସହ ରଞ୍ଜିତାଙ୍କର ଲିଙ୍କ୍ ସମ୍ପର୍କରେ ପୋଲିସ୍ କିଛି ସୁରାକ୍ ପାଇଥିବା ସୂଚନା ମିଳିଛି।

ମହିଳା ଥାନାରେ ମାରାଥନ ଜେରା ହେବା ପରେ ରଞ୍ଜିତା କହିଛନ୍ତି ଯେ ସେ କଟକ ନଗର ଯୁବକ ସଂଘର ଯୁଗ୍ମ ସମ୍ପାଦିକା ଥିଲେ। ସେହି ସୁତ୍ରରୁ ଧଳସାମନ୍ତ ଭ୍ରାତାଙ୍କ ସହିତ ସଂପର୍କ ଥିଲା। ବିଭିନ୍ନ ସାମାଜିକ କାମରେ ସେମାନଙ୍କ ସହିତ ଦେଖା ହେଉଥିଲା।  ତଦନ୍ତରେ ସେ ପୋଲିସ୍‌କୁ ସମସ୍ତ ପ୍ରକାର ସାହାଯ୍ୟ କରିବେ ବୋଲି କହିଛନ୍ତି।

Related story