ଡି’ବ୍ରଦର୍ସ ଲିଙ୍କ୍: କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ଦ୍ୱିତୀୟ ଥର ଜେରା କରୁଛି ପୋଲିସ୍

କଟକ: ଡି-ବ୍ରଦର୍ସଙ୍କ ସହ ଲିଙ୍କ୍ ଥିବା ଅଭିଯୋଗରେ ଆଜି କଟକ ମହାନଗର ନିଗମର ୭ ନମ୍ବର ୱାର୍ଡ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ଜେରା କରୁଛି ମହିଳା ଥାନା ପୋଲିସ୍। ରଞ୍ଜିତାଙ୍କୁ ଦ୍ୱିତୀୟ ଥର ପାଇଁ ପୋଲିସ୍‌ ଜେରା କରୁଛି।  ଗତ ୧୩ ତାରିଖରେ ମହିଳା ଥାନାରେ ମାରାଥନ୍ ଜେରା ହେବା ପରେ ରଞ୍ଜିତା କହିଥିଲେ ଯେ ସେ କଟକ ନଗର ଯୁବକ ସଂଘର ଯୁଗ୍ମ ସମ୍ପାଦିକା ଥିଲେ। ସେହି ସୁତ୍ରରେ ଧଳସାମନ୍ତ ଭ୍ରାତାଙ୍କ ସହିତ ସଂପର୍କ ଥିଲା। […]

ranjita-biswal-cmc

Rakesh Mallick
  • Published: Monday, 14 March 2016
  • , Updated: 14 March 2016, 08:10 AM IST

କଟକ: ଡି-ବ୍ରଦର୍ସଙ୍କ ସହ ଲିଙ୍କ୍ ଥିବା ଅଭିଯୋଗରେ ଆଜି କଟକ ମହାନଗର ନିଗମର ୭ ନମ୍ବର ୱାର୍ଡ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ଜେରା କରୁଛି ମହିଳା ଥାନା ପୋଲିସ୍। ରଞ୍ଜିତାଙ୍କୁ ଦ୍ୱିତୀୟ ଥର ପାଇଁ ପୋଲିସ୍‌ ଜେରା କରୁଛି।

 ଗତ ୧୩ ତାରିଖରେ ମହିଳା ଥାନାରେ ମାରାଥନ୍ ଜେରା ହେବା ପରେ ରଞ୍ଜିତା କହିଥିଲେ ଯେ ସେ କଟକ ନଗର ଯୁବକ ସଂଘର ଯୁଗ୍ମ ସମ୍ପାଦିକା ଥିଲେ। ସେହି ସୁତ୍ରରେ ଧଳସାମନ୍ତ ଭ୍ରାତାଙ୍କ ସହିତ ସଂପର୍କ ଥିଲା। ବିଭିନ୍ନ ସାମାଜିକ କାମରେ ସେମାନଙ୍କ ସହିତ ଦେଖା ହେଉଥିଲା।  ତଦନ୍ତରେ ସେ ପୋଲିସ୍‌କୁ ସମସ୍ତ ପ୍ରକାର ସାହାଯ୍ୟ କରିବେ ବୋଲି କହିଥିଲେ।

ଜେରା ସମୟରେ ଡି-ବ୍ରଦର୍ସଙ୍କ ସହ ରଞ୍ଜିତାଙ୍କର ଲିଙ୍କ୍ ସମ୍ପର୍କରେ ପୋଲିସ୍ କିଛି ସୁରାକ୍ ପାଇଥିଲା।

ଡି-ବ୍ରଦର୍ସଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ରଞ୍ଜିତା ଉପସ୍ଥିତ ଥିବାର ଫଟୋକୁ ଆଧାର କରି ପୋଲିସ ତାଙ୍କୁ ଜେରା କରୁଥିବା ଜଣାପଡ଼ିଛି।

Related story