ଡି’ ବ୍ରଦର୍ସଙ୍କ ସହ ସମ୍ପର୍କ ଥିବା କହିଲେ ବୁଲୁ

କଟକ: ଡି’ ବ୍ରଦର୍ସ ଲିଙ୍କ୍ ଅଭିଯୋଗରେ ରାଉରକେଲାର ପୂର୍ବତନ କାଉନସିଲର ଅଶେଷ ମହାନ୍ତି ଓରଫ୍ ବୁଲୁଙ୍କୁ ଆଜି ଦ୍ୱିତୀୟ ଦିନ ପାଇଁ ପୋଲିସ୍ ଜେରା କରିଛି। ଜେରା ସମୟରେ ବୁଲୁ ଡି’ବ୍ରଦର୍ସଙ୍କ ସହ ସମ୍ପର୍କ ଥିବା କହିଛି। ୧୯୯୪ରେ ଏକ ଅପରାଧିକ ମାମଲାରେ ଗିରଫ ହୋଇ ରାଉରକେଲା ଜେଲରେ ଥିବା ବେଳେ ସେଠାରେ ସୁଶାନ୍ତ ଧଳସାମନ୍ତଙ୍କ ସହ ପରିଚୟ ହୋଇଥିଲା ବୋଲି ବୁଲୁ କହିଛି। ବୁଲୁ ଓ ସୁଶାନ୍ତ ଭିନ୍ନ ଭିନ୍ନ ମାମଲାରେ ରାଉରକେଲା ଜେଲରେ ଥିଲେ। […]

bulu

Rakesh Mallick
  • Published: Tuesday, 08 March 2016
  • , Updated: 11 March 2016, 04:48 AM IST

କଟକ: ଡି’ ବ୍ରଦର୍ସ ଲିଙ୍କ୍ ଅଭିଯୋଗରେ ରାଉରକେଲାର ପୂର୍ବତନ କାଉନସିଲର ଅଶେଷ ମହାନ୍ତି ଓରଫ୍ ବୁଲୁଙ୍କୁ ଆଜି ଦ୍ୱିତୀୟ ଦିନ ପାଇଁ ପୋଲିସ୍ ଜେରା କରିଛି। ଜେରା ସମୟରେ ବୁଲୁ ଡି’ବ୍ରଦର୍ସଙ୍କ ସହ ସମ୍ପର୍କ ଥିବା କହିଛି। ୧୯୯୪ରେ ଏକ ଅପରାଧିକ ମାମଲାରେ ଗିରଫ ହୋଇ ରାଉରକେଲା ଜେଲରେ ଥିବା ବେଳେ ସେଠାରେ ସୁଶାନ୍ତ ଧଳସାମନ୍ତଙ୍କ ସହ ପରିଚୟ ହୋଇଥିଲା ବୋଲି ବୁଲୁ କହିଛି। ବୁଲୁ ଓ ସୁଶାନ୍ତ ଭିନ୍ନ ଭିନ୍ନ ମାମଲାରେ ରାଉରକେଲା ଜେଲରେ ଥିଲେ। ପରେ ସୁଶାନ୍ତ ମାଧ୍ୟମରେ ସୁଶୀଲଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ସୁଶୀଲ୍ ଧଳସାମନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗର ଟେଣ୍ଡର ହାତେଇବାକୁ ସାହାଯ୍ୟ କରିଥିବା ବୁଲୁ କହିଛି। ତେବେ ସେ ଗତକାଲି ପୋଲିସ୍‌ ନିକଟରେ ହାଜର ହୋଇ ଡି’ବ୍ରଦର୍ସଙ୍କୁ ଜାଣି ନ ଥିବା କହିଥିଲା।

ସୂଚନାଯୋଗ୍ୟ, ଡି’ ବ୍ରଦର୍ସ ଲିଙ୍କ୍ ଅଭିଯୋଗରେ ରାଉରକେଲାର ପୂର୍ବତନ କାଉନସିଲର ବୁଲୁ ମହାନ୍ତିଙ୍କୁ ଗତକାଲି କଟକ ଚାଉଳିଆଗଞ୍ଜ ପୋଲିସ୍ ଦିନ ତମାମ ଜେରା କରିଥିଲା। ଡି’ ବ୍ରଦର୍ସଙ୍କ ସହିତ ବୁଲୁଙ୍କର ଦୀର୍ଘ ବର୍ଷ ଧରି ବ୍ୟାବସାୟିକ ସଂପର୍କ ଥିବା ନେଇ ପୋଲିସ୍ ଜାଣିବାକୁ ପାଇବା ପରେ ତାଙ୍କୁ ହାଜର ହେବାକୁ ଚାଉଳିଆଗଞ୍ଜ ଥାନା ପୋଲିସ ୪ ତାରିଖରୁ ନୋଟିସ୍ ଦେଇଥିଲା। ୭ ଦିନ ମଧ୍ୟରେ ହାଜର ହେବାକୁ ତାଙ୍କୁ କୁହାଯାଇଥିଲା। ବୁଲୁଙ୍କ ନାମରେ ରାଉରକେଲାରେ ଅନେକ ଅପରାଧିକ ମାମଲା ରହିଛି।

Related story