ଡି’ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଉମେଶ ଗିରଫ

କଟକ: ଡି’ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀଙ୍କୁ ଆଜି କମିଶନରେଟ୍ ପୋଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଉମେଶ  ମହାରଣା। କଟକ ଚାଉଳିଆଗଞ୍ଜରୁ କମିଶନରେଟ୍ ପୋଲିସ୍ ଉମେଶଙ୍କୁ ଗିରଫ କରିଛି। ଉମେଶ ବିରୁଦ୍ଧରେ ଟେଣ୍ଡର ଫିକ୍ସିଂ କରୁଥିବାର ଅଭିଯୋଗ ରହିଛି। ଡି’ ଲିଙ୍କ୍ ଅଭିଯୋଗରେ ଏପର୍ଯ୍ୟନ୍ତ ପୋଲିସ୍ ୩୪ ଜଣଙ୍କୁ ଗିରଫ କରିସାରିଲାଣି। ଡି’ ବ୍ରଦର୍ସ ମାମଲାରେ କମିଶନରେଟ୍‌ ପୋଲିସ ପକ୍ଷରୁ ଦ୍ୱିତୀୟ ଦଫାରେ ଆଉ ୪ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି। କଟକ ଏସ୍‌ଡିଜେଏମ୍‌ […]

d-brothers

Rakesh Mallick
  • Published: Wednesday, 11 May 2016
  • , Updated: 11 May 2016, 04:07 PM IST

କଟକ: ଡି’ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀଙ୍କୁ ଆଜି କମିଶନରେଟ୍ ପୋଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଉମେଶ  ମହାରଣା। କଟକ ଚାଉଳିଆଗଞ୍ଜରୁ କମିଶନରେଟ୍ ପୋଲିସ୍ ଉମେଶଙ୍କୁ ଗିରଫ କରିଛି। ଉମେଶ ବିରୁଦ୍ଧରେ ଟେଣ୍ଡର ଫିକ୍ସିଂ କରୁଥିବାର ଅଭିଯୋଗ ରହିଛି। ଡି’ ଲିଙ୍କ୍ ଅଭିଯୋଗରେ ଏପର୍ଯ୍ୟନ୍ତ ପୋଲିସ୍ ୩୪ ଜଣଙ୍କୁ ଗିରଫ କରିସାରିଲାଣି।

ଡି’ ବ୍ରଦର୍ସ ମାମଲାରେ କମିଶନରେଟ୍‌ ପୋଲିସ ପକ୍ଷରୁ ଦ୍ୱିତୀୟ ଦଫାରେ ଆଉ ୪ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି। କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଡି’ ବ୍ରଦର୍ସ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଏହି ଚାର୍ଜସିଟ୍‌ ଦାଖଲ ହୋଇଛି। କଟକ କ୍ୟାଣ୍ଟନମେଣ୍ଟ, ମର୍କତନଗର, ମଙ୍ଗଳାବାଗ ଓ ଚାଉଳିଆଗଞ୍ଜ ଥାନାରେ ବିଭିନ୍ନ ମାମଲାରେ ଏହା ଦାଖଲ କରାଯାଇଛି।

ଏପ୍ରିଲ ୨୭ ତାରିଖ ଡି’ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଲାଲ ମୋହନ ଗୁପ୍ତାଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଥିଲା। ସେ ଟେଣ୍ଡର ଫିକ୍ସିଂ, ଦାଦାବଟି ସଂଗ୍ରହ ଓ  ଅସ୍ତ୍ରଶସ୍ତ୍ର କାରବାର କରୁଥିବା ସମ୍ପର୍କରେ ମିଳିଥିବା ତଥ୍ୟ ଆଧାରରେ ତାଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଥିଲା। ଲାଲା କଟକ ନଗର ଯୁବ ସଂଘର ଜଣେ ସଦସ୍ୟ ଥିଲା। ଲାଲା ନାଁରେ ୭ଟି ମାମଲା ରହିଛି।

Related story