ଡି’ ବ୍ରଦର୍ସ ଲିଙ୍କ୍‌ ଅଭିଯୋଗ: ରାଉରକେଲାର ପୂର୍ବତନ କାଉନସିଲର ବୁଲୁ ମହାନ୍ତି ଅଟକ

ରାଉରେକଲା/କଟକ: ଡି’ ବ୍ରଦର୍ସ ଲିଙ୍କ୍ ଅଭିଯୋଗରେ ରାଉରକେଲାର ପୂର୍ବତନ କାଉନସିଲର ବୁଲୁ ମହାନ୍ତି ଆଜି କଟକ ଚାଉଳିଆଗଞ୍ଜ ପୋଲିସ୍ ଦିନ ତମାମ ଜେରା କରିବା ପରେ ଅଟକ ରଖିଥିବା ଜଣାପଡ଼ିଛି। ଡି’ବ୍ରଦର୍ସଙ୍କ ସହିତ ଅଶେଷଙ୍କର ଦୀର୍ଘ ବର୍ଷ ଧରି ବ୍ୟାବସାୟିକ ସଂପର୍କ ଥିବା ନେଇ ପୋଲିସ୍ ଜାଣିବାକୁ ପାଇବା ପରେ ତାଙ୍କୁ ହାଜର ହେବାକୁ ନୋଟିସ୍ ଦେଇଥିଲା। ତେବେ ସେ ଆଜି ପୋଲିସ୍‌ ନିକଟରେ ହାଜର ହୋଇ ଡି’ବ୍ରଦର୍ସଙ୍କୁ ଜାଣି ନ ଥିବା କହିଛନ୍ତି। ତାଙ୍କୁ ହାଜର ହେବାକୁ […]

bulu

Rakesh Mallick
  • Published: Monday, 07 March 2016
  • , Updated: 07 March 2016, 05:37 PM IST

ରାଉରେକଲା/କଟକ: ଡି’ ବ୍ରଦର୍ସ ଲିଙ୍କ୍ ଅଭିଯୋଗରେ ରାଉରକେଲାର ପୂର୍ବତନ କାଉନସିଲର ବୁଲୁ ମହାନ୍ତି ଆଜି କଟକ ଚାଉଳିଆଗଞ୍ଜ ପୋଲିସ୍ ଦିନ ତମାମ ଜେରା କରିବା ପରେ ଅଟକ ରଖିଥିବା ଜଣାପଡ଼ିଛି।

ଡି’ବ୍ରଦର୍ସଙ୍କ ସହିତ ଅଶେଷଙ୍କର ଦୀର୍ଘ ବର୍ଷ ଧରି ବ୍ୟାବସାୟିକ ସଂପର୍କ ଥିବା ନେଇ ପୋଲିସ୍ ଜାଣିବାକୁ ପାଇବା ପରେ ତାଙ୍କୁ ହାଜର ହେବାକୁ ନୋଟିସ୍ ଦେଇଥିଲା। ତେବେ ସେ ଆଜି ପୋଲିସ୍‌ ନିକଟରେ ହାଜର ହୋଇ ଡି’ବ୍ରଦର୍ସଙ୍କୁ ଜାଣି ନ ଥିବା କହିଛନ୍ତି।

ତାଙ୍କୁ ହାଜର ହେବାକୁ ଚାଉଳିଆଗଞ୍ଜ ଥାନା ପୋଲିସ୍ ଗତ ୪ ତାରିଖରେ ନୋଟିସ୍ ଜାରି କରିଥିଲା। ୭ ଦିନ ମଧ୍ୟରେ ହାଜର ହେବାକୁ ତାଙ୍କୁ କୁହାଯାଇଥିଲା। ବୁଲୁଙ୍କ ନାମରେ ରାଉରକେଲାରେ ଅନେକ ଅପରାଧିକ ମାମଲା ରହିଛି। ଡି’ ବ୍ରଦର୍ସଙ୍କ ଅପରାଧ ସାମ୍ରାଜ୍ୟ ସହିତ ତାଙ୍କର ଲିଙ୍କ୍ ଥିବା ସନ୍ଦେହ କରାଯାଉଛି।

Related story