ଡି’ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଶରତ ଗିରଫ

କଟକ:  ଡି’ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀକୁ ଆଜି କମିଶନରେଟ୍ ପୋଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଶରତ ସାହୁ। ବେଆଇନ ବାଲିଘାଟ ସଂପର୍କିତ ତଥ୍ୟ ଆଧାରରେ ତାଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଛି। ତାଙ୍କ ଘରୁ ୨ଟି ବନ୍ଧୁକ ଓ ଗୁଳି  ପୋଲିସ୍ ଜବତ କରିଛି। ଗତକାଲି  ଶରତକୁ ପୋଲିସ୍ ଅଟକ ରଖି ପଚରା ଉଚରା କରିଥିଲା। ଏହା ସହ ଡି’ଲିଙ୍କ୍ ଅଭିଯୋଗରେ ଗିରଫ ସଂଖ୍ୟା ୩୧ରେ ପହଞ୍ଚିଛି। ଶୁକ୍ରବାର ଡି’ ଲିଙ୍କ୍ […]

d-link-sarata

Rakesh Mallick
  • Published: Saturday, 16 April 2016
  • , Updated: 16 April 2016, 10:01 AM IST

କଟକ:  ଡି’ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀକୁ ଆଜି କମିଶନରେଟ୍ ପୋଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଶରତ ସାହୁ। ବେଆଇନ ବାଲିଘାଟ ସଂପର୍କିତ ତଥ୍ୟ ଆଧାରରେ ତାଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଛି। ତାଙ୍କ ଘରୁ ୨ଟି ବନ୍ଧୁକ ଓ ଗୁଳି  ପୋଲିସ୍ ଜବତ କରିଛି। ଗତକାଲି  ଶରତକୁ ପୋଲିସ୍ ଅଟକ ରଖି ପଚରା ଉଚରା କରିଥିଲା। ଏହା ସହ ଡି’ଲିଙ୍କ୍ ଅଭିଯୋଗରେ ଗିରଫ ସଂଖ୍ୟା ୩୧ରେ ପହଞ୍ଚିଛି।

ଶୁକ୍ରବାର ଡି’ ଲିଙ୍କ୍ ଅଭିଯୋଗରେ କଟକ ଚାଉଳିଆଗଞ୍ଜ ଥାନାରେ ଆଠ ଜଣଙ୍କୁ ପଚରାଉଚରା କରାଯାଇଥିଲା। ଡି’ ବ୍ରଦର୍ସଙ୍କ ବାଲିଘାଟ ସଂପର୍କିତ ତଥ୍ୟ ହାସଲ ଲାଗି ନୋଟିସ୍ ପରେ ଗତକାଲି ଏହି ଆଠ ଜଣ ହାଜର ହୋଇଥିଲେ। ଡି’ ବ୍ରଦର୍ସ କେବେ ଠାରୁ ଓ କେଉଁ କେଉଁ ସ୍ଥାନରେ ବାଲିଘାଟ ଚଳାଇଥିଲେ, ସେ ଭିତରୁ କେତେ ବେଆଇନ ବାଲିଘାଟ ରହିଛି ସେ ନେଇ ସେମାନଙ୍କୁ  କମିଶନରେଟ୍ ପୋଲିସ୍ ପଚରାଉଚରା କରିଥିଲା।

କଟକ ଡିସିପି ସଞ୍ଜୀବ ଆରୋରା କହିଛନ୍ତି, “ଶରତ ସାହୁ କଟକ ଖାନ ନଗର ଅଞ୍ଚଳରେ ବ୍ୟବସାୟ କରୁଥିଲେ। ଦୀର୍ଘ ଦିନ ହେବ ଶରତ  ଧଳସାମନ୍ତ ଭ୍ରାତାଙ୍କ ବ୍ୟବସାୟ କାରବାର ବୁଝୁଥିଲା। ଡି’ ଲିଙ୍କ୍ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। କଟକ ସହର ଓ ତା’ ଆଖପାଖ ଅଞ୍ଚଳରେ ଯେଉଁ ବାଲିଘାଟ ଥିଲା ବେଆଇନ ଭାବେ ଚାଲିଥିଲା। ଧଳସାମନ୍ତ ଭାତ୍ରାଙ୍କ ସହଯୋଗରେ ଶରତ ବାଲିଘାଟ ନେଇଥିଲା।”

Related story