ଡି’ ପ୍ରସଙ୍ଗ ପ୍ରସଙ୍ଗ: ରକ୍ତଦାନ ଶିବିର ପାଇଁ ବଡ଼ ବ୍ୟବସାୟୀ ଓ ଠିକାଦାର ଦେଉଥିଲେ ଅର୍ଥ

କଟକ: ଡି’ ବ୍ରଦର୍ସଙ୍କ ଅର୍ଥ କାରବାରର ଖୋଳତାଡ କରି ବହୁ ଚାଞ୍ଚଲ୍ୟକର ତଥ୍ୟ କମିଶନରେଟ ପୋଲିସ ହେତେଇଛି। ସୁଶୀଲ ଧଳସାମନ୍ତ ଦ୍ୱାରା ପରିଚାଳିତ କଟକ ନଗର ଯୁବକ ସଂଘକୁ କୋଟି କୋଟି ଟଙ୍କାର ଚାନ୍ଦା ମିଳିଥିବା ଜଣାପଡିଛି। ଆଉ ଏହି ଚାନ୍ଦା ବଡ ବଡ ବ୍ୟବସାୟୀ ଓ ଠିକାଦାର । ରକ୍ତଦାନ ଶିବିର କାର୍ଯ୍ୟକ୍ରମ ପାଇଁ ନିର୍ଦ୍ଦିଷ୍ଟ ଜଣେ ବ୍ୟବସାୟୀ ମୋଟା ଅଙ୍କର ଚାନ୍ଦା ଦେଇଥିବା ସାମ୍ନାକୁ ଆସିଛି। ଡି’ ବ୍ରଦର୍ସ ଗ୍ୟାଙ୍କର ଅର୍ଥ କାରବାର ବୁଝୁଥିବା […]

d-brothers

Rakesh Mallick
  • Published: Wednesday, 17 February 2016
  • , Updated: 17 February 2016, 04:02 PM IST

କଟକ: ଡି’ ବ୍ରଦର୍ସଙ୍କ ଅର୍ଥ କାରବାରର ଖୋଳତାଡ କରି ବହୁ ଚାଞ୍ଚଲ୍ୟକର ତଥ୍ୟ କମିଶନରେଟ ପୋଲିସ ହେତେଇଛି। ସୁଶୀଲ ଧଳସାମନ୍ତ ଦ୍ୱାରା ପରିଚାଳିତ କଟକ ନଗର ଯୁବକ ସଂଘକୁ କୋଟି କୋଟି ଟଙ୍କାର ଚାନ୍ଦା ମିଳିଥିବା ଜଣାପଡିଛି। ଆଉ ଏହି ଚାନ୍ଦା ବଡ ବଡ ବ୍ୟବସାୟୀ ଓ ଠିକାଦାର । ରକ୍ତଦାନ ଶିବିର କାର୍ଯ୍ୟକ୍ରମ ପାଇଁ ନିର୍ଦ୍ଦିଷ୍ଟ ଜଣେ ବ୍ୟବସାୟୀ ମୋଟା ଅଙ୍କର ଚାନ୍ଦା ଦେଇଥିବା ସାମ୍ନାକୁ ଆସିଛି। ଡି’ ବ୍ରଦର୍ସ ଗ୍ୟାଙ୍କର ଅର୍ଥ କାରବାର ବୁଝୁଥିବା ଦେବାଶିଷ  କରକୁ ରିମାଣ୍ଡରେ ଆଣି ପଚରାଉଚୁରା ପରେ ଏହି ତଥ୍ୟ ହାସଲ କରିଛି କମିଶନରେଟ ପୋଲିସ। ସେହିପରି ଡି’ ବ୍ରଦର୍ସଙ୍କ ଘରୁ ଜବତ ହୋଇଥିବା ବିଡା ବିଡା ଟଙ୍କାରେ ଅନେକ ଜାଲ୍‌ ନୋଟ୍‌ ଥିଲା। ଯାହାକୁ ନେଇ ଆଉ ଏକ ମାମଲା ପୋଲିସ ରୁଜୁ କରିବ ବୋଲି କହିଛି।

ସେହିପରି ଡି’ ବ୍ରଦର୍ସ ପ୍ରସଙ୍ଗରେ ହାଇକୋର୍ଟରେ ଏକ ସଂଶୋଧିତ ଜନସ୍ୱାର୍ଥ ମାମଲା ଦାଖଲ ହୋଇଛି। ସଂଶୋଧିତ ଜନସ୍ୱାର୍ଥ ମାମଲାରେ ୧୭ ଜଣ ବ୍ୟକ୍ତି ଓ ସଂସ୍ଥାକୁ ପକ୍ଷଭୁକ୍ତ କରିବାକୁ ଆବେଦନ କରାଯାଇଛି। ଆସନ୍ତାକାଲି ସଂଶୋଧିତ ଜନସ୍ୱାର୍ଥ ମାମଲାର ଶୁଣାଣି ସମ୍ଭାବନା ରହିଥିବା ଜଣାପଡିଛି।

Related story