କୋର୍ଟରେ ହାଜର ହେଲେ ଡି’ବ୍ରଦର୍ସ, ୪ ସହଯୋଗୀ

କଟକ: ଡି’ ବ୍ରଦର୍ସଙ୍କୁ ଆଜି ଭିନ୍ନ ଭିନ୍ନ ମାମଲାରେ କଟକ ସବ୍‌ଡିଭିଜନାଲ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ବଡ଼ ଭାଇ ସୁଶାନ୍ତ ଧଳସାମନ୍ତ ଝାରପଡ଼ା ଜେଲରୁ ଆସି ବ୍ୟକ୍ତଗତ ଭାବେ ହାଜର ହୋଇଥିବା ବେଳେ ସାନ ଭାଇ ସୁଶୀଲକୁ ବାଲେଶ୍ୱର ଜେଲରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଣାଯାଇଥିଲା। ବିଶାଖାପାଟଣା ଘରୁ ଜବତ ହୋଇଥିବା ନକଲି ପରିଚୟପତ୍ର ମାମଲାରେ ସୁଶାନ୍ତକୁ ହାଜର କରାଯାଇଥିବା ବେଳେ ସୁଶୀଲର ଦୁଇଟି କେସ୍‌ର ଆଜି କମିଟମେଣ୍ଟ୍ ହୋଇଥିଲା। ତା’ର […]

d-brothers

d-brothers

Rakesh Mallick
  • Published: Saturday, 16 July 2016
  • Updated: 16 July 2016, 06:29 PM IST

Sports

Latest News

କଟକ: ଡି’ ବ୍ରଦର୍ସଙ୍କୁ ଆଜି ଭିନ୍ନ ଭିନ୍ନ ମାମଲାରେ କଟକ ସବ୍‌ଡିଭିଜନାଲ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ବଡ଼ ଭାଇ ସୁଶାନ୍ତ ଧଳସାମନ୍ତ ଝାରପଡ଼ା ଜେଲରୁ ଆସି ବ୍ୟକ୍ତଗତ ଭାବେ ହାଜର ହୋଇଥିବା ବେଳେ ସାନ ଭାଇ ସୁଶୀଲକୁ ବାଲେଶ୍ୱର ଜେଲରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଣାଯାଇଥିଲା। ବିଶାଖାପାଟଣା ଘରୁ ଜବତ ହୋଇଥିବା ନକଲି ପରିଚୟପତ୍ର ମାମଲାରେ ସୁଶାନ୍ତକୁ ହାଜର କରାଯାଇଥିବା ବେଳେ ସୁଶୀଲର ଦୁଇଟି କେସ୍‌ର ଆଜି କମିଟମେଣ୍ଟ୍ ହୋଇଥିଲା। ତା’ର ସିଡିଏ ସେକ୍ଟର ୬ ସ୍ଥିତ ଘରୁ ଜବତ ହୋଇଥିବା ନକଲି ଟଙ୍କ। ମାମଲା ଓ ସହଯୋଗୀ ରାମଦାସଙ୍କ ଘରୁ ବନ୍ଧୁକ ମିଳିବା ମାମଲାରେ କମିଟମେଣ୍ଟ୍ ହୋଇଥିଲା। ତେବେ ଏହି ଦୁଇଟି ମାମଲା ସେସନ୍ସ୍ କୋର୍ଟରେ ବିଚାର କରାଯିବ।

ଡି’ ବ୍ରଦର୍ସଙ୍କ ଅନ୍ୟ ୪ ସହଯୋଗୀଙ୍କୁ ମଧ୍ୟ ଆଜି କୋର୍ଟରେ ହାଜର କରାଯାଇଥିଲା। ଆସନ୍ତା ୨୯ ତାରିଖରେ ବ୍ୟକ୍ତିଗତ ଭାବେ ଉଭୟଙ୍କୁ ହାଜର କରିବା ପାଇଁ କୋର୍ଟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos