ଡି’ବ୍ରଦର୍ସଙ୍କ ଆଉ ଦୁଇ ସହଯୋଗୀ କୋଲକାତାରୁ ଗିରଫ

କଟକ: ଡି’ବ୍ରଦର୍ସଙ୍କ ଆଉ ଦୁଇ ସହଯୋଗୀଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଛି। ସେମାନେ ହେଲେ ଚନ୍ଦନ ବେହେରା ଓ ଲିପୁନା ଓରଫ ଦେବଦତ୍ତ ଦାସ। ସେମାନଙ୍କୁ ଗତକାଲି କୋଲକାତାରୁ ଗିରଫ କରାଯାଇଥିବା ନେଇ ଆଜି ଏଠାରେ ସାମ୍ବାଦିକ ସମ୍ମିଳନୀରେ ପୋଲିସ୍ କମିଶନର ୱାଇ.ବି ଖୁରାନିଆ ସୂଚନା ଦେଇଥିଲେ। ସେ କହିଥିଲେ,“ଓମ୍ ଓ ଦୀପୁ ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ନେଇ ଲିପୁନାକୁ ଗିରଫ କରାଯାଇଛି। ସେହିଭଳି ଫାରୁକ ହତ୍ୟା ମାମଲାରେ ଚନ୍ଦନକୁ ଗିରଫ କରାଯାଇଛି।” ଖୁରାନିଆ କହିଥିଲେ,“ଓମ୍ ଓ […]

lipun

Rakesh Mallick
  • Published: Saturday, 30 July 2016
  • , Updated: 30 July 2016, 06:52 PM IST

କଟକ: ଡି’ବ୍ରଦର୍ସଙ୍କ ଆଉ ଦୁଇ ସହଯୋଗୀଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଛି। ସେମାନେ ହେଲେ ଚନ୍ଦନ ବେହେରା ଓ ଲିପୁନା ଓରଫ ଦେବଦତ୍ତ ଦାସ। ସେମାନଙ୍କୁ ଗତକାଲି କୋଲକାତାରୁ ଗିରଫ କରାଯାଇଥିବା ନେଇ ଆଜି ଏଠାରେ ସାମ୍ବାଦିକ ସମ୍ମିଳନୀରେ ପୋଲିସ୍ କମିଶନର ୱାଇ.ବି ଖୁରାନିଆ ସୂଚନା ଦେଇଥିଲେ।

ସେ କହିଥିଲେ,“ଓମ୍ ଓ ଦୀପୁ ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ନେଇ ଲିପୁନାକୁ ଗିରଫ କରାଯାଇଛି। ସେହିଭଳି ଫାରୁକ ହତ୍ୟା ମାମଲାରେ ଚନ୍ଦନକୁ ଗିରଫ କରାଯାଇଛି।”

ଖୁରାନିଆ କହିଥିଲେ,“ଓମ୍ ଓ ଦୀପୁକୁ ଅପହରଣ କରିବା ଓ ହତ୍ୟା କରିବାରେ ଲିପୁନା ସାମିଲ ଥିଲା। ତା’ପୂର୍ବରୁ ତା’ ନାଁରେ ଅନେକ ଅପରାଧିକ ମାମଲା ରହିଥିଲା। ସେ ଅନେକ ଥର ଜେଲ୍ ବି ଯାଇସାରିଛି। ସେ ଧଳସାମନ୍ତ ଭ୍ରାତାଙ୍କ ପାଇଁ କାମ କରୁଥିଲା ଓ ଟଙ୍କା ପାଉଥିଲା।”

ସେ କହିଥିଲେ,“ଫାରୁକ୍ ହତ୍ୟା ମାମଲାରେ ଗିରଫ ହୋଇଥିବା ଚନ୍ଦନ ବେହେରା ନାଁରେ ବି ଅନେକ ମାମଲା ରହିଛି। ତା’ଠାରୁ ସତର ହଜାର ଟଙ୍କା ଓ ୬ଟି ମୋବାଇଲ୍ ଜବତ କରାଯାଇଛି।’

ପୋଲିସ୍ କମିଶନର କହିଥିଲେ,“ଏହି ଦୁଇ ଜଣ ଗିରଫ ହେବା ପରେ ଡି’ବ୍ରଦର୍ସ ମାମଲାରେ ଗିରଫଙ୍କ ସଂଖ୍ୟା ୩୫ରେ ପହଞ୍ଚି ଯାଇଛି। ୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଛି। ତା’ସହିତ ୨୩ଟି ବନ୍ଧୁକ, ୪୮୩ଟି ଗୁଳି ଜବତ କରାଯାଇଛି।”

ସେ କହିଥିଲେ,“ଡି’ବ୍ରଦର୍ସ ମାମଲାରେ ଆହୁରି ୩ ଜଣ ଫେରାର ଅଛନ୍ତି। ସେମାନଙ୍କ ନାଁରେ ୱାରେଣ୍ଟ ଜାରି ହୋଇଛି।”

ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ସଂଜୀବ ଅରୋରା ମଧ୍ୟ ଉପସ୍ଥିତ ଥିଲେ।

Related story