ଡି’ ଲିଙ୍କ୍: ବୁଲୁ କୋର୍ଟରେ ହାଜର, ଜଗତପୁରରୁ କୁନୁ ଗିରଫ

କଟକ: ଡି-ଲିଙ୍କ୍ ଅଭିଯୋଗରେ ଗିରଫ ହୋଇଥିବା ରାଉରକେଲାର ପୂର୍ବତନ କାଉନସିଲର ଅଶେଷ ମହାନ୍ତି ଓରଫ ବୁଲୁକୁ କଟକ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି। ୪ ଦିନର ମାରାଥନ ଜେରା ପରେ ଗୁରୁବାର ରାତିରେ ତାକୁ ମର୍କତନଗର ପୋଲିସଗିରଫ କରିଥିଲା। ବୁଲୁ ଦୀର୍ଘଦିନ ହେବ ଡି-ବ୍ରଦର୍ସଙ୍କ ସହ ଲିଙ୍କରେ ଥିବା ପୋଲିସ ହାତରେ ସୁରାକ ଲାଗିଛି। ରାଉରକେଲାରେ ବିଭିନ୍ନ ଟେଣ୍ଡର ଫିକ୍ସିଂ, ଠିକାଦାରଙ୍କ ଠାରୁ ଦାଦାବଟି ଆଦାୟ ଭଳି ଅଭିଯୋଗର ସୁରାକ ପାଇଛି ପୋଲିସ। ଜଗତପୁର ଅଞ୍ଚଳର କୁନୁ […]

d-link

Rakesh Mallick
  • Published: Friday, 11 March 2016
  • , Updated: 12 March 2016, 09:59 AM IST

କଟକ: ଡି-ଲିଙ୍କ୍ ଅଭିଯୋଗରେ ଗିରଫ ହୋଇଥିବା ରାଉରକେଲାର ପୂର୍ବତନ କାଉନସିଲର ଅଶେଷ ମହାନ୍ତି ଓରଫ ବୁଲୁକୁ କଟକ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି। ୪ ଦିନର ମାରାଥନ ଜେରା ପରେ ଗୁରୁବାର ରାତିରେ ତାକୁ ମର୍କତନଗର ପୋଲିସଗିରଫ କରିଥିଲା। ବୁଲୁ ଦୀର୍ଘଦିନ ହେବ ଡି-ବ୍ରଦର୍ସଙ୍କ ସହ ଲିଙ୍କରେ ଥିବା ପୋଲିସ ହାତରେ ସୁରାକ ଲାଗିଛି। ରାଉରକେଲାରେ ବିଭିନ୍ନ ଟେଣ୍ଡର ଫିକ୍ସିଂ, ଠିକାଦାରଙ୍କ ଠାରୁ ଦାଦାବଟି ଆଦାୟ ଭଳି ଅଭିଯୋଗର ସୁରାକ ପାଇଛି ପୋଲିସ। ଜଗତପୁର ଅଞ୍ଚଳର କୁନୁ ସ୍ୱାଇଁକୁ ଡି’ ଲିଙ୍କ ଅଭିଯୋଗରେ ଗିରଫ କରାଯାଇଛି।

ସିଡିଏ ଅଞ୍ଚଳର ଜଣେ ଠିକାଦାର ରାଉରକେଲାରେ ଟେଣ୍ଡର କାମ କରୁଥିବାବେଳେ ତାଙ୍କଠାରୁ ଡି-ବ୍ରଦର୍ସ ସହାୟତାରେ ବୁଲୁ ଦାଦାବଟି ନେଇଥିବା ମର୍କତନଗର ଥାନାରେ ଅଭିଯୋଗ ହୋଇଥିଲା। ଏତଲାକୁ ଆଧାର କରି ପୋଲିସ ୩୮୬, ୩୮୭, ୧୨୦(ବି), ୩୪ ଆଇପିସି ଦଫ।ରେ ବୁଲୁଙ୍କୁ ଗିରଫ କରିଥିଲା।

ତେବେ କୋର୍ଟରେ ହାଜର ସମୟରେ ବୁଲୁ ଓ ତାଙ୍କ ପରିବାର ଗିରଫକୁ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି। ବୁଲୁ ଗିରଫ ପରେ ଡି’ ଲିଙ୍କ ଅଭିଯୋଗରେ ଏହି ସଂଖ୍ୟା ୧୯ରେ ପହଁଞ୍ଚିଛି। ଅନ୍ୟପଟେ ଜଗତପୁର ଅଞ୍ଚଳର ଭେଟେରାନ କ୍ରିମିନାଲ କୁନୁ ସ୍ୱାଇଁଙ୍କୁ ମଧ୍ୟ ଶୁକ୍ରବାର ପୋଲିସ ଗିରଫ କରିଛି। ତା ନାଁରେ କଟକ ସମେତ ବିଭିନ୍ନ ଜିଲ୍ଲାରେ ଏକାଧିକ ମାମଲା ରହିଛି। ତା’ର ଡି’ ବ୍ରଦର୍ସଙ୍କ ସହ ଲିଙ୍କ ଥିବା ପୋଲିସ ସନ୍ଦେହ କରୁଛି।

କଟକ ସହରରେ ସଫେଇ କାର୍ଯ୍ୟ କରୁଥିବା ରାମକୀର ଟେଣ୍ଡର ବାତିଲ କରିଛି ସିଏମସି । ଡି-ବ୍ରଦର୍ସଙ୍କ ସହ ମିଶି ହାଇଦ୍ରାବାଦର ରାମକୀ କମ୍ପାନୀ ଟେଣ୍ଡର ଫିକ୍ସିଂ କରି ସିଏମସିରେ ସଫେଇ କାର୍ଯ୍ୟ ହାତେଇଥିବା ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଥିଲା। ଡି-ବ୍ରଦର୍ସ ଲିଙ୍କ ଅଭିଯୋଗରେ କାନ୍ତିଆ କନଷ୍ଟ୍ରକସନର ପ୍ରୋଜେକ୍ଟ କୋଡିନେଟର ସୁଧୀର ଚୌଧୁରୀ ଗିରଫ ପରେ ରାମକୀର ଟେଣ୍ଡର ଫିକ୍ସିଂ ବାବଦରେ ଭିତିରି କଥା ପଦାକୁ ଆସିଥିଲା।

ସିଏମସି କର୍ପୋରେଟର ଚିରଞ୍ଜୟ ସାହୁ, ରଞ୍ଜିତା ବିଶ୍ୱାଳ, ଫ।ଓ ସମ୍ପାଦକ ସଞ୍ଜୟ ବେହେରା, ଛାତ୍ର ବିଜେଡି ନେତା ତଥା କଟକ ନଗର ଯୁବକ ସଂଘ ସମ୍ପାଦକ ସମ୍ୱିତ ବେହେରାଙ୍କୁ ପୋଲିସ ନୋଟିସ କରିବା ପରେ ଡି-ବ୍ରଦର୍ସଙ୍କ ସହ ସମ୍ପର୍କରେ ଥିବା ବ୍ୟକ୍ତି ବିଶେଷ ଏବେ ପୋଲିସ ନଜରରେ ରହିଛନ୍ତି।

Related story