ଡି-ଲିଙ୍କ୍: ନିର୍ମଳଙ୍କ ଜାମିନ ଆବେଦନ ଖାରଜ

କଟକ: ଡି-ଲିଙ୍କ୍ ତଥା ଦୀପୁ ଓ ଓମ୍ ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ଆଠଗଡ଼ର ଖୁଣ୍ଟକଟା ଫ।ର୍ମହାଉସ୍‌ ମାଲିକ ନିର୍ମଳ ରାଉତଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଗୁରୁବାର କଟକ ଜିଲ୍ଲା ଦୌରାଜଜ୍ ଖାରଜ କରିଛନ୍ତି। ନିଜର ସ୍ୱାସ୍ଥ୍ୟ ଗତ ସମସ୍ୟା ପାଇଁ ଅତ୍ୟାଧୁନିକ ଚିକିତ୍ସାର ଆବଶ୍ୟକତା ରହିଛି ବୋଲି ଦର୍ଶାଇ ଜାମିନ ଆବେଦନ କରିଥିଲେ ନିର୍ମଳ। ତେବେ ମାମଲାର ଶୁଣାଣି ବେଳେ ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ସରକାରଙ୍କ ପକ୍ଷରୁ […]

athagadafarmhouse

Rakesh Mallick
  • Published: Thursday, 17 March 2016
  • , Updated: 17 March 2016, 02:13 PM IST

[caption id="attachment_68242" align="alignleft" width="278"] ନିର୍ମଳଙ୍କ ଆଠଗଡ଼ ଫାର୍ମ ହାଉସ୍[/caption]

କଟକ: ଡି-ଲିଙ୍କ୍ ତଥା ଦୀପୁ ଓ ଓମ୍ ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ଆଠଗଡ଼ର ଖୁଣ୍ଟକଟା ଫ।ର୍ମହାଉସ୍‌ ମାଲିକ ନିର୍ମଳ ରାଉତଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଗୁରୁବାର କଟକ ଜିଲ୍ଲା ଦୌରାଜଜ୍ ଖାରଜ କରିଛନ୍ତି। ନିଜର ସ୍ୱାସ୍ଥ୍ୟ ଗତ ସମସ୍ୟା ପାଇଁ ଅତ୍ୟାଧୁନିକ ଚିକିତ୍ସାର ଆବଶ୍ୟକତା ରହିଛି ବୋଲି ଦର୍ଶାଇ ଜାମିନ ଆବେଦନ କରିଥିଲେ ନିର୍ମଳ।

ତେବେ ମାମଲାର ଶୁଣାଣି ବେଳେ ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା।

ଉଭୟ ପକ୍ଷଙ୍କୁ ଶୁଣିବା ପରେ ଅଦାଲତ ନିର୍ମଳଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଥିଲେ। ତେବେ ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ଚୌଦ୍ୱାର ଜେଲ୍ କର୍ତ୍ତୃପକ୍ଷଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଦୀପୁ ଓ ଓମ୍ ହତ୍ୟାକାଣ୍ଡରେ ନିର୍ମଳ ଜଡ଼ିତ ଥିବା ଦର୍ଶାଇ କମିଶନରେଟ୍ ପୋଲିସ୍ ତାଙ୍କୁ ଗିରଫ କରିଥିଲା। ଆଠଗଡ଼ର ଖୁଣ୍ଟକଟାରେ ଥିବା ତାଙ୍କ ଫ।ର୍ମ ହାଉସରେ ଉଭୟଙ୍କୁ ଡି-ବ୍ରଦର୍ସ ଓ ତାଙ୍କର ସହଯୋଗୀମାନେ ପିଟିପିଟି ହତ୍ୟା କରିଥିବାର ଅଭିଯୋଗ ହୋଇଛି।

Related story