ଡି’ ଲିଙ୍କ୍‌: ସୁଧୀର ଚୌଧୁରୀଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ

କଟକ: ଡି’ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ତାନ୍ତିଆ କନଷ୍ଟ୍ରକ୍ସନର ପ୍ରୋଜେକ୍ଟ ସଂଯୋଜକ ସୁଧୀର ଚୌଧୁରୀଙ୍କୁ ଆଜି ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ୨୦ ହଜାର ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ସେ ଜାମିନ ପାଇ ପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିନା ଅନୁମତିରେ ସେ ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ଏହାଛଡ଼ା ଯେତେବେଳେ ଆବଶ୍ୟକ ହେବ ସେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ […]

highcourt

Rakesh Mallick
  • Published: Wednesday, 20 April 2016
  • , Updated: 20 April 2016, 12:50 PM IST

କଟକ: ଡି’ ଲିଙ୍କ୍ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ତାନ୍ତିଆ କନଷ୍ଟ୍ରକ୍ସନର ପ୍ରୋଜେକ୍ଟ ସଂଯୋଜକ ସୁଧୀର ଚୌଧୁରୀଙ୍କୁ ଆଜି ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ୨୦ ହଜାର ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ସେ ଜାମିନ ପାଇ ପାରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିନା ଅନୁମତିରେ ସେ ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ଏହାଛଡ଼ା ଯେତେବେଳେ ଆବଶ୍ୟକ ହେବ ସେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବା ସହ ସାକ୍ଷୀମାନଙ୍କୁ ପ୍ରଭାବିତ ନ କରିବାକୁ କୋର୍ଟ କହିଛନ୍ତି। ଟେଣ୍ଡର ଫିକ୍ସିଂ ଅଭିଯୋଗରେ କ୍ୟାଣ୍ଟନମେଣ୍ଟ ଥାନାରେ ଦାୟର ହୋଇଥିବା ଏକ ମାମଲାରେ ତାଙ୍କୁ ଗରିଫ କରାଯାଇଥିଲା।

ଅନ୍ୟପକ୍ଷରେ ଦାଦାବଟି ଆଦାୟ ଓ ଟେଣ୍ଡର ଫିକ୍ସିଂ ଅଭିଯୋଗରେ ଗିରଫ ହୋଇଥିବା ଧଳସାମନ୍ତଙ୍କ ତିନି ସହଯୋଗୀଙ୍କ ଜାମିନ ଆବେଦନ କଟକ ଏସଡିଜେଏମ  କୋର୍ଟରେ ଖାରଜ ହୋଇଛି। ସେମାନେ ହେଲେ ପ୍ରକାଶ ବେହେରା, ମଙ୍ଗୁ ବସ୍ତିଆ ଓ ସମିରାକାନ୍ତ ଶର୍ମା।

Related story