ସୋର: ପେଟ୍ରୋଲ ପମ୍ପରେ ଡକାୟତି ଉଦ୍ୟମ ବିଫଳ

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା  ଅନନ୍ତପୁର ଛକ ନିକଟରେ ଥିବା ପ୍ରାଣକୃଷ୍ଣ ପେଟ୍ରୋଲ ପମ୍ପରେ ଗତକାଲି ରାତିରେ ୩ ଜଣ ଅଜଣା ଯୁବକଙ୍କ ଦ୍ୱାରା ମୋଟର ସାଇକେଲରେ ଆସି ଡକାୟତି କରିବା ଉଦ୍ୟମ ବିଫଳ ହୋଇଛି।  ଗତକାଲି ରାତିରେ ମୁହଁରେ  କଳା କପଡା ବାନ୍ଧି ବନ୍ଧୁକ ଓ ଛୁରି ଦେଖାଇ ପେଟ୍ରୋଲ ପମ୍ପର କର୍ମଚାରୀଙ୍କ ଠାରୁ ଟଙ୍କା ଛଡାଇ ନେଉଥିବା ଉଦ୍ୟମ କରିଥିଲେ। ସେହି ସମୟରେ ସେଠାରେ ପେଟ୍ରୋଲ ପକାଇବା ପାଇଁ କିଛିଲୋକ ଆସିଯିବାରୁ ତାଙ୍କୁ […]

dacayat

Rakesh Mallick
  • Published: Saturday, 23 July 2016
  • , Updated: 23 July 2016, 09:48 PM IST

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା  ଅନନ୍ତପୁର ଛକ ନିକଟରେ ଥିବା ପ୍ରାଣକୃଷ୍ଣ ପେଟ୍ରୋଲ ପମ୍ପରେ ଗତକାଲି ରାତିରେ ୩ ଜଣ ଅଜଣା ଯୁବକଙ୍କ ଦ୍ୱାରା ମୋଟର ସାଇକେଲରେ ଆସି ଡକାୟତି କରିବା ଉଦ୍ୟମ ବିଫଳ ହୋଇଛି।

 ଗତକାଲି ରାତିରେ ମୁହଁରେ  କଳା କପଡା ବାନ୍ଧି ବନ୍ଧୁକ ଓ ଛୁରି ଦେଖାଇ ପେଟ୍ରୋଲ ପମ୍ପର କର୍ମଚାରୀଙ୍କ ଠାରୁ ଟଙ୍କା ଛଡାଇ ନେଉଥିବା ଉଦ୍ୟମ କରିଥିଲେ। ସେହି ସମୟରେ ସେଠାରେ ପେଟ୍ରୋଲ ପକାଇବା ପାଇଁ କିଛିଲୋକ ଆସିଯିବାରୁ ତାଙ୍କୁ ଦେଖି ଫାଙ୍କାରେ ଗୁଳିଚାଳନା କରି ପଳାଇ ଯାଇଥିଲେ। ଧସ୍ତାଧସ୍ତି ବେଳେ ପେଟ୍ରୋଲ ପମ୍ପରେ ଥିବା କର୍ମଚାରୀ ସତ୍ୟାନନ୍ଦ ପଣ୍ଡା ଆହାତ ହୋଇଛନ୍ତି।

ଏନେଇ ସେ ପେଟ୍ରୋଲ ପମ୍ପ ମାଲିକ ସଞ୍ଜିବ କୁମାର ପଣ୍ଡାଙ୍କୁ ଜଣାଇଥିଲେ। ଖବରପାଇ ସଞ୍ଜିବ କୁମାର ପଣ୍ଡା ସୋରଥାନା ଅଧିକାରୀଙ୍କୁ ଜଣାଇ ଥିଲେ। ସୋରଥାନା ଅଧିକାରୀ ସି.ସି.ଟିଭିର ପୁଟେଜ କାଢି ତଦନ୍ତ ଜାରିରଖିଛନ୍ତି। ସୋର ପୁଲିସ ଘଟଣା ସ୍ଥଳରେ ଏକ ଗୁଳି ଜବତ କରିଛି।

Related story