ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ପୋଲିସ୍ ଆଜି ବାଉଁଶିଆ ଗାଁ ନିକଟସ୍ଥ ଧାନ କ୍ଷେତରୁ ବିପିନ ନାହାକଙ୍କ ମୃତଦେହ ଉଦ୍ଧାର କରିଛି। ବିପିନଙ୍କ ପାଟି ଓ ନାକରୁ ରକ୍ତ ବାହାରୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ୍ ମାମଲା ରୁଜୁ କରି ଶିଖରପୁର ଗାଁର ବେନୁ ମାଝିଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଶରଣକୁଳ ଆଇଆଇସି ମନୋଜ ଶତପଥୀ କହିଛନ୍ତି।
ମୃତ ବିପିନ୍ଙ୍କ ପତ୍ନୀ ଜୟନ୍ତୀ ନାହାକ କହିଛନ୍ତି,“ବେନୁ ମାଝି ମୋ ସ୍ୱାମୀକୁ ଡାକି ନେଇଥିଲା। ସନ୍ଧ୍ୟା ବେଳେ ସେ(ବିପିନ୍) ଘରକୁ ନ ଫେରିବାରୁ ଚାରିଆଡେ ମୁଁ ଖୋଜି ଥିଲି ମାତ୍ର ପାଇନଥିଲି। ରାତିରେ କ୍ଷେତରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଲି। ତାଙ୍କୁ ବେନୁ ହତ୍ୟା କରିଥିବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।