ସୋର: ଟ୍ରେନ୍‌ ଲାଇନ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ସୋର: ବାଲେଶ୍ୱର ଜିଲ୍ଲା ମାର୍କୋଣା ଷ୍ଟେସନ ଗୋଡଦିଆ ରେଲୱେ ଗେଟ‌ ନିକଟରେ ଟ୍ରେନ ଲାଇନରୁ ଜଣେ ମହିଳାଙ୍କ ମୃତଦେହ ଆଜି ଜିଆରପି ପୋଲିସ ଉଦ୍ଧାର କରିଛି। ମୃତ ମହିଳା ଜଣଙ୍କ ହେଲେ ଗୀତାଞ୍ଜଳି ନାୟକ ଓ ତାଙ୍କ ଘର ସୋର ବ୍ଲକ ସାବିରା ଚାଳିଶମାଡ ଗ୍ରାମରେ। ଗୀତାଞ୍ଜଳି ଆତ୍ମହତ୍ୟା କରିଥିବା ତାଙ୍କ ଶାଶୁ ଘର ଲୋକେ କହୁଥିବା ବେଳେ ବାପ ଘର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଟ୍ରେନରେ କଟି ଗୀତାଞ୍ଜଳିଙ୍କ ମୃତ୍ୟୁ […]

onedead

Rakesh Mallick
  • Published: Sunday, 04 September 2016
  • , Updated: 04 September 2016, 10:25 PM IST

ସୋର: ବାଲେଶ୍ୱର ଜିଲ୍ଲା ମାର୍କୋଣା ଷ୍ଟେସନ ଗୋଡଦିଆ ରେଲୱେ ଗେଟ‌ ନିକଟରେ ଟ୍ରେନ ଲାଇନରୁ ଜଣେ ମହିଳାଙ୍କ ମୃତଦେହ ଆଜି ଜିଆରପି ପୋଲିସ ଉଦ୍ଧାର କରିଛି। ମୃତ ମହିଳା ଜଣଙ୍କ ହେଲେ ଗୀତାଞ୍ଜଳି ନାୟକ ଓ ତାଙ୍କ ଘର ସୋର ବ୍ଲକ ସାବିରା ଚାଳିଶମାଡ ଗ୍ରାମରେ। ଗୀତାଞ୍ଜଳି ଆତ୍ମହତ୍ୟା କରିଥିବା ତାଙ୍କ ଶାଶୁ ଘର ଲୋକେ କହୁଥିବା ବେଳେ ବାପ ଘର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

ଗତକାଲି ରାତିରେ ଟ୍ରେନରେ କଟି ଗୀତାଞ୍ଜଳିଙ୍କ ମୃତ୍ୟୁ ଘଟିଥିବା ସ୍ୱାମୀ କହିଛନ୍ତି। ହେଲେ ତାଙ୍କ ବାପ ଘର ଲୋକେ ଏହାକୁ ସହଜରେ ଗ୍ରହଣ କରିନାହାନ୍ତି। ଯୌତୁକ ପାଇଁ ତାଙ୍କୁ ହତ୍ୟା କରାଯିବା ପରେ ଟ୍ରେନ୍‌ ଲାଇନ୍‌ରେ ଫିଙ୍ଗି ଦିଆଯାଇଥିବା ତାଙ୍କ ବାପଘର ଲୋକେ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି।

Related story