ଢେଙ୍କାନାଳ: ମାଳତୀ ମୁଣ୍ଡିଆ ସାହିରେ ବୋମାମାଡ, ୫ ଆହତ

ଢେଙ୍କନାଳ: ରାସୋଳ ଥାନା ବାଲିକିଆରି ଗାଁ ମାଳତୀ ମୁଣ୍ଡିଆ ସାହିରେ ଗତରାତିରେ ବୋମାମାଡ଼ ଘଟି ୫ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ଦୁର୍ବୃତ୍ତଙ୍କ ୨ଟି ବାଇକ୍ ମଧ୍ୟ ପୋଡିଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆହତ ଗ୍ରାମବାସୀ ହେଲେ ପ୍ରଭାତ ରଞ୍ଜନ ଦାସ, ତରଣୀ ସାହୁ, ସଞ୍ଜୟ ସେଠୀ, ଦୀପକ ନାୟକ ଏବଂ ଶୁଗୁଲ ସାହୁ। ମିଳିଥିବା ସୂଚନା ଅନୁସାରେ ବାଲିକିଆରି ଗାଁର ଜଣେ ଯୁବକଙ୍କର ଗ୍ରାମ ନିକଟରେ ଥିବା ଏକ […]

denkanal

Rakesh Mallick
  • Published: Wednesday, 16 December 2015
  • , Updated: 16 December 2015, 05:34 AM IST

ଢେଙ୍କନାଳ: ରାସୋଳ ଥାନା ବାଲିକିଆରି ଗାଁ ମାଳତୀ ମୁଣ୍ଡିଆ ସାହିରେ ଗତରାତିରେ ବୋମାମାଡ଼ ଘଟି ୫ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ଦୁର୍ବୃତ୍ତଙ୍କ ୨ଟି ବାଇକ୍ ମଧ୍ୟ ପୋଡିଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆହତ ଗ୍ରାମବାସୀ ହେଲେ ପ୍ରଭାତ ରଞ୍ଜନ ଦାସ, ତରଣୀ ସାହୁ, ସଞ୍ଜୟ ସେଠୀ, ଦୀପକ ନାୟକ ଏବଂ ଶୁଗୁଲ ସାହୁ।

ମିଳିଥିବା ସୂଚନା ଅନୁସାରେ ବାଲିକିଆରି ଗାଁର ଜଣେ ଯୁବକଙ୍କର ଗ୍ରାମ ନିକଟରେ ଥିବା ଏକ ମଠରେ ଜଣେ ବାବାଙ୍କ ସହ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହାକୁ କେନ୍ଦ୍ର କରି ଯୁବକ ଜଣଙ୍କ ତା’ର ୭ଜଣ ସାଥୀଙ୍କ ସହ ୪ଟି ବାଇକରେ ଆସି ବୋମାମାଡ଼ କରିଥିଲେ। ବୋମାମାଡ ପରେ ସେମାନେ ଫେରାର ହେଉଥିବା ବେଳେ ଦୁଇଟି ବାଇକରେ ନିଆଁ ଲାଗି ଯାଇଥିଲା। ଫଳରେ ସେମାନେ ବାଇକ୍ ଦୁଇଟିକୁ ଛାଡି ପଳାଇଛନ୍ତି। ପୋଲିସ ଘଟଣା ସ୍ଥଳରୁ ପୋଡି ଯାଇଥିବା ବାଇକ୍ ଦୁଇଟିକୁ ଜବତ କରିଛି। ପୂର୍ବ ଶତ୍ରୁତାରୁ ଏହି ବୋମାମାଡ ହୋଇଥିବା ସନ୍ଦେହ କରାଯାଉଛି।

Related story