ଦେବଗଡ଼: ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଡେରାପଥର ଗାଁରେ ଗୁଣିଗାରେଡି ସନ୍ଦେହରେ ଗାଁ ଦାଣ୍ଡରେ ଜଣେ ମହିଳାଙ୍କୁ ମାଡ଼ ମାରିବା ସହ  ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଦଶହରା ଝାମୁଯାତ୍ରାରେ ଗାଁରେ ଜଣେ ଯୁବତୀଙ୍କୁ କାଳିସୀ ଲାଗିଥିଲା ଓ ତାଙ୍କୁ ମହିଳା ଜଣକ ଗୁଣିଗାରେଡି କରିଥିବା ପ୍ରକାଶ କରିଥିଲେ। ପରେ କାଳିସୀ ଲାଗିଥିବା ଯୁବତୀଙ୍କ ପରିବାରର ୬ଜଣ ସଦସ୍ୟ ତାଙ୍କୁ ଗାଁଦାଣ୍ଡରେ ମାଡ଼ ମାରିବା ସହ ଅସଦାଚରଣ କରିଥିଲେ। ଏନେଇ ବାରକୋଟ ଥାନାରେ ଜଣଙ୍କ ନାଁରେ ମାମଲା […]

deograh

Rakesh Mallick
  • Published: Saturday, 15 October 2016
  • , Updated: 15 October 2016, 01:48 PM IST

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଡେରାପଥର ଗାଁରେ ଗୁଣିଗାରେଡି ସନ୍ଦେହରେ ଗାଁ ଦାଣ୍ଡରେ ଜଣେ ମହିଳାଙ୍କୁ ମାଡ଼ ମାରିବା ସହ  ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଦଶହରା ଝାମୁଯାତ୍ରାରେ ଗାଁରେ ଜଣେ ଯୁବତୀଙ୍କୁ କାଳିସୀ ଲାଗିଥିଲା ଓ ତାଙ୍କୁ ମହିଳା ଜଣକ ଗୁଣିଗାରେଡି କରିଥିବା ପ୍ରକାଶ କରିଥିଲେ। ପରେ କାଳିସୀ ଲାଗିଥିବା ଯୁବତୀଙ୍କ ପରିବାରର ୬ଜଣ ସଦସ୍ୟ ତାଙ୍କୁ ଗାଁଦାଣ୍ଡରେ ମାଡ଼ ମାରିବା ସହ ଅସଦାଚରଣ କରିଥିଲେ। ଏନେଇ ବାରକୋଟ ଥାନାରେ ଜଣଙ୍କ ନାଁରେ ମାମଲା ଦାଏର କରାଯାଇଛି। ଆହତ ମହିଳାଙ୍କୁ ଡାକ୍ତରଖାନାରେ ଭତ୍ତି କରାଯାଇଛି।

Related story