ଧଳସାମନ୍ତ ଭ୍ରାତାଙ୍କୁ ପୁଣି ରିମାଣ୍ଡରେ ନେବ ପୋଲିସ

କଟକ: ଧଳସାମନ୍ତ ଭ୍ରାତାଙ୍କୁ ପୁଣି ୭ ଦିନିଆ ରିମାଣ୍ଡରେ ନେବ କମିଶନରେଟ ପୋଲିସ। ଓମ୍‌ ହତ୍ୟା ମାମଲାରେ ଅଧିକ ପଚରାଉଚରା କରିବା ପାଇଁ ପୋଲିସ ତାକୁ ରିମାଣ୍ଡରେ ନେବାକୁ ଚାହୁଁଛି। ଏ ନେଇ ଆସନ୍ତାକାଲି କୋର୍ଟରେ ଆବେଦନ କରିବ ପୋଲିସ। ଦୀପୁ ହତ୍ୟା ମାମଲାରେ ଧଳସାମନ୍ତ ଭ୍ରାତାଙ୍କୁ ରିମାଣ୍ଡରେ ଆଣି ଜେରା ବେଳେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ଧଳସାମନ୍ତ ଭ୍ରାତାଙ୍କ ଭଏସ ସାମ୍ପୁଲ ଟେଷ୍ଟ ମଧ୍ୟ କରାଯିବ। ପୂର୍ବରୁ ରେକର୍ଡ ହୋଇଥିବା ଭଏସକୁ ଯାଞ୍ଚ […]

d-brothers

Rakesh Mallick
  • Published: Sunday, 14 February 2016
  • , Updated: 29 March 2017, 03:20 PM IST

କଟକ: ଧଳସାମନ୍ତ ଭ୍ରାତାଙ୍କୁ ପୁଣି ୭ ଦିନିଆ ରିମାଣ୍ଡରେ ନେବ କମିଶନରେଟ ପୋଲିସ। ଓମ୍‌ ହତ୍ୟା ମାମଲାରେ ଅଧିକ ପଚରାଉଚରା କରିବା ପାଇଁ ପୋଲିସ ତାକୁ ରିମାଣ୍ଡରେ ନେବାକୁ ଚାହୁଁଛି। ଏ ନେଇ ଆସନ୍ତାକାଲି କୋର୍ଟରେ ଆବେଦନ କରିବ ପୋଲିସ। ଦୀପୁ ହତ୍ୟା ମାମଲାରେ ଧଳସାମନ୍ତ ଭ୍ରାତାଙ୍କୁ ରିମାଣ୍ଡରେ ଆଣି ଜେରା ବେଳେ ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା।

ଧଳସାମନ୍ତ ଭ୍ରାତାଙ୍କ ଭଏସ ସାମ୍ପୁଲ ଟେଷ୍ଟ ମଧ୍ୟ କରାଯିବ। ପୂର୍ବରୁ ରେକର୍ଡ ହୋଇଥିବା ଭଏସକୁ ଯାଞ୍ଚ କରାଯିବ। ଏ ନେଇ ସମସ୍ତ ପକ୍ରିୟା ଫୋରେନ୍ସିକ ଲାବ୍‌ରେ କରାଯିବା ପାଇଁ ଯୋଜନା ଥିବା ପୋଲିସ ସୁତ୍ରରୁ ଜଣାପଡିଛି। ଏହା ମେଳ ଖାଇଲେ ପୋଲିସକୁ ଧଳସାମନ୍ତ ଭ୍ରାତାଙ୍କ ବିରୋଧରେ ଦୃଢ ପ୍ରମାଣ ମିଳିପାରିବ। ଏହାସହ ଧଳସାମନ୍ତ ଭ୍ରାତାଙ୍କ ହାତରେ ହ୍ୟାଣ୍ଡକପ୍ ପକାଇବା ପାଇଁ କମିଶନରେଟ୍ ପୋଲିସ କୋର୍ଟରେ ଆବେଦନ କରିବ ବୋଲି ସୂଚନା ମଳିଛି।

Related story