ଧାର ଟଙ୍କା ନ ଫେରାଇବାରୁ ଯୁବକଙ୍କୁ ପଥରରେ ଛେଚି ହତ୍ୟା

ବ୍ରହ୍ମପୁର: ଧାର ଟଙ୍କା ନ ଦେବାରୁ ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ଆସିଛି। ଏପରି ଘଟଣା ଘଟିଛି ଗଞ୍ଜ।ମ ଜିଲ୍ଲା ଗାଙ୍ଗପୁର ଥାନା ନିକଟ ମଶାଣିଭାଗ ଗ୍ରାମରେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି । ଏ ନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ ମଶାଣିଭାଗର […]

hatya

Rakesh Mallick
  • Published: Tuesday, 03 November 2015
  • , Updated: 03 November 2015, 01:04 PM IST

ବ୍ରହ୍ମପୁର: ଧାର ଟଙ୍କା ନ ଦେବାରୁ ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ଆସିଛି। ଏପରି ଘଟଣା ଘଟିଛି ଗଞ୍ଜ।ମ ଜିଲ୍ଲା ଗାଙ୍ଗପୁର ଥାନା ନିକଟ ମଶାଣିଭାଗ ଗ୍ରାମରେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି । ଏ ନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ ମଶାଣିଭାଗର ପ୍ରଦୀପ ନାମକ ଜଣେ ଯୁବକ ସେହି ଗାଁର ରବୀନ୍ଦ୍ର ବେହେରାଙ୍କଠାରୁ କିଛି ଟଙ୍କା ଧାର ସୂତ୍ରରେ ନେଇଥିଲେ । ରବୀନ୍ଦ୍ର ଧାର ଟଙ୍କା ପ୍ରଦୀପଙ୍କୁ ମାଗିବାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ରବୀନ୍ଦ୍ର ଏକ ପଥରରେ ପ୍ରଦୀପଙ୍କୁ ଛେଚି ହତ୍ୟା କରିଥିଲେ। ପ୍ରଦୀପକୁ ହତ୍ୟା କରିବା ପରେ ରବୀନ୍ଦ୍ର ଫେରାର ହୋଇଯାଇଛି।

Related story