ଢେଙ୍କାନାଳ: ୩ ଡକାୟତ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ପୋଲିସ୍‌ ଗତକାଲି ବିଳମ୍ୱିତ ରାତିରେ ୩ ଜଣ ଡକାୟତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ବହୁ ପରିମାଣରେ ମାରଣାସ୍ତ୍ର ଜବତ କରାଯାଇଛି। ଡକାୟତମାନେ ୫୫ ନଂ. ଜାତୀୟ ରାଜପଥର ଶକ୍ତି ସୁଗାର ମିଲ୍‌ ପଛ ପାର୍ଶ୍ୱରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ଖବର ପାଇ ପୋଲିସ୍‌ ସେଠାରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଥିଲା। ଘଟଣାସ୍ଥଳରୁ ଅନ୍ୟମାନେ ଫେରାର ହୋଇଯାଇଥିଲେ। ସେମାନଙ୍କୁ ଗିରଫ କରିବା […]

dhenkanal

dhenkanal

Rakesh Mallick
  • Published: Saturday, 08 October 2016
  • Updated: 08 October 2016, 07:02 PM IST

Sports

Latest News

dhankanal-loot1ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ପୋଲିସ୍‌ ଗତକାଲି ବିଳମ୍ୱିତ ରାତିରେ ୩ ଜଣ ଡକାୟତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ବହୁ ପରିମାଣରେ ମାରଣାସ୍ତ୍ର ଜବତ କରାଯାଇଛି।

ଡକାୟତମାନେ ୫୫ ନଂ. ଜାତୀୟ ରାଜପଥର ଶକ୍ତି ସୁଗାର ମିଲ୍‌ ପଛ ପାର୍ଶ୍ୱରେ ଡକାୟତି କରିବା ପାଇଁ ଯୋଜନା କରୁଥିବା ଖବର ପାଇ ପୋଲିସ୍‌ ସେଠାରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଥିଲା। ଘଟଣାସ୍ଥଳରୁ ଅନ୍ୟମାନେ ଫେରାର ହୋଇଯାଇଥିଲେ। ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଗିରଫ ଡକାୟତମାନେ ଦକ୍ଷିଣକାଳୀ ଅଞ୍ଚଳର ବୋଲି ପୋଲିସ୍‌ ସନ୍ଦେହ କରୁଛି।

ସଦର ଆଇଆଇସି ଜ୍ଞାନରଞ୍ଜନ ସାମଲ କୁହନ୍ତି,“ଗତକାଲି ବିଳମ୍ୱିତ ରାତିରେ ଶକ୍ତି ସୁଗାର ମିଲ୍‌ ପଛପାର୍ଶ୍ୱରେ ୭ ଜଣ ଯୁବକ ଡକାୟତି ପାଇଁ ଯୋଜନା କରୁଥିବା ଖବର ପାଇ ପାଟ୍ରୋଲିଂ ଟିମ୍‌ ଚଢ଼ାଉ କରିଥିଲା। ପୋଲିସ୍‌କୁ ଦେଖି ୪ ଜଣ ଯୁବକ ଦୌଡି ପଳାଇ ଯାଇଥିବା ବେଳେ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ ପିସ୍ତଲ, ଭୁଜାଲି ଓ ଗୋଟିଏ ଲୁହା ରଡ୍‌ ଜବତ କରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos