ଢେଙ୍କାନାଳ: ନକଲି ଗୁଟ୍‌ଖା ତିଆରି କାରଖାନା ଠାବ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ମଠତେନ୍ତୁଳିଆରେ ପୋଲିସ ଏକ ନକଲି ଗୁଟଖା କାରଖାନା ଠାବ କରିଛି। ଗଁଦିଆ ପୋଲିସ ଅତର୍କିତ ଚଢାଉ କରି ଏକ କୁକୁଡା ଫାର୍ମରୁ ଗୁଟଖା ତିଆରି ମେସିନ ଓ ବିପୁଳ ପରିମାଣର ଗୁଟଖା ତିଆରି ସାମଗ୍ରୀ ଜବତ କରିଛି। ମଠତେନ୍ତୁଳିଆରେ ଥିବା ଏକ କୁକୁଡା ଫାର୍ମରେ ନକଲି ଗୁଟଖା ପ୍ରସ୍ତୁତ କରାଯାଉଥିବା ନେଇ ଦୀର୍ଘଦିନ ହେବ ଅଭିଯୋଗ ହୋଇ ଆସୁଥିଲା। ଆଜି ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଚଢାଉ କରିଥିଲା। ଚଢାଉ […]

dhenkanal-gutkha

Rakesh Mallick
  • Published: Monday, 22 August 2016
  • , Updated: 22 August 2016, 06:25 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ମଠତେନ୍ତୁଳିଆରେ ପୋଲିସ ଏକ ନକଲି ଗୁଟଖା କାରଖାନା ଠାବ କରିଛି। ଗଁଦିଆ ପୋଲିସ ଅତର୍କିତ ଚଢାଉ କରି ଏକ କୁକୁଡା ଫାର୍ମରୁ ଗୁଟଖା ତିଆରି ମେସିନ ଓ ବିପୁଳ ପରିମାଣର ଗୁଟଖା ତିଆରି ସାମଗ୍ରୀ ଜବତ କରିଛି।

ମଠତେନ୍ତୁଳିଆରେ ଥିବା ଏକ କୁକୁଡା ଫାର୍ମରେ ନକଲି ଗୁଟଖା ପ୍ରସ୍ତୁତ କରାଯାଉଥିବା ନେଇ ଦୀର୍ଘଦିନ ହେବ ଅଭିଯୋଗ ହୋଇ ଆସୁଥିଲା। ଆଜି ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଚଢାଉ କରିଥିଲା। ଚଢାଉ ବେଳେ ଅଭିଯୁକ୍ତ ଗୁଟଖା ପ୍ରସ୍ତୁତ ସାମଗ୍ରୀରେ ନିଆଁ ଲଗାଇ ପ୍ରମାଣ ନଷ୍ଟ କରିଦେବାକୁ ଉଦ୍ୟମ କରିଥିଲା।

ଗଁଦିଆ ଆଇଆଇସି ହାଡିବନ୍ଧୁ ସ୍ୱାଇଁ କହିଛନ୍ତି, “ଚଢାଉ ବେଳେ ଅଭିଯୁକ୍ତ କିଛି ଡିଲକ୍ସ ମିକ୍ସର ଖାଲି ପ୍ୟାକେଟ ଓ ଜରି ବସ୍ତାରେ ନିଆଁ ଲଗାଇ ଦେଇଥିଲେ। ଆମେ କିଛି ପ୍ୟାକେଟ୍‌ ଜବତ କରିଛୁ। ଏହାକୁ ଟେଷ୍ଟ ପାଇଁ ଲ୍ୟାବକୁ ପଠାଯିବ। ଟେଷ୍ଟ ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Related story