ନୟାଗଡ଼: ଡିକି ଭାଙ୍ଗି ୩ ଲକ୍ଷ ଟଙ୍କା ଲୁଟ୍‌

ନୟାଗଡ଼: ନୟାଗଡ଼ ବଜାରରେ ଆଜି ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ବାଇକ୍‌ ଡିକି ଭାଙ୍ଗି ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଅବସରପ୍ରାପ୍ତ ସେନା କର୍ମଚାରୀ ଜଣଙ୍କ ନୟାଗଡ଼ ଷ୍ଟେଟ୍‌ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇଥିଲେ। ସେଠାରୁ ଆସି ପାର୍କ ସମ୍ମୁଖରେ ବାଇକ୍‌ ରଖି ଏକ ଦୋକାନରୁ କିଛି କିଣୁଥିବା ବେଳେ ୨ଜଣ ଦୁର୍ବୃତ୍ତ ଏକ ନାଲି ପଲସରରେ ଆସି ଡିକି ଭାଙ୍ଗି ଟଙ୍କା ଲୁଟି ନେଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ […]

nayagarh-loot

Rakesh Mallick
  • Published: Tuesday, 05 April 2016
  • , Updated: 05 April 2016, 05:23 PM IST

ନୟାଗଡ଼: ନୟାଗଡ଼ ବଜାରରେ ଆଜି ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ବାଇକ୍‌ ଡିକି ଭାଙ୍ଗି ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଅବସରପ୍ରାପ୍ତ ସେନା କର୍ମଚାରୀ ଜଣଙ୍କ ନୟାଗଡ଼ ଷ୍ଟେଟ୍‌ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇଥିଲେ। ସେଠାରୁ ଆସି ପାର୍କ ସମ୍ମୁଖରେ ବାଇକ୍‌ ରଖି ଏକ ଦୋକାନରୁ କିଛି କିଣୁଥିବା ବେଳେ ୨ଜଣ ଦୁର୍ବୃତ୍ତ ଏକ ନାଲି ପଲସରରେ ଆସି ଡିକି ଭାଙ୍ଗି ଟଙ୍କା ଲୁଟି ନେଇଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାର୍କ ସମ୍ମୁଖରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ୍‌ ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି।

Related story