ଦିନଡିଆଁରେ ୪ ଜଣଙ୍କୁ ହତ୍ୟା ଘଟଣା: ରିମାଣ୍ଡ ସରିବା ପରେ ନିମାପଡ଼ା ଜେଲକୁ ଗଲେ ଅଭିଯୁକ୍ତ ଦମ୍ପତି

କଟକ: ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ଥ ଦିନଡିଆଁରେ ୪ ଜଣଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ଦମ୍ପତି ହିମାଦ୍ରୀ ଦାସ ଓରଫ୍ ରହିମ ଖାଁ ଓ ଆୟେଶ ବେଗମଙ୍କୁ ନିମାପଡ଼ା ସବ୍ ଜେଲକୁ ପଠାଇ ଦିଆଯାଇଛି। ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ସେମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିମାପଡ଼ା କୋର୍ଟରେ ହାଜର କରାଯାଇଥିଲା। କ୍ରାଇମବ୍ରାଞ୍ଚ ପକ୍ଷରୁ ଆଉ ରିମାଣ୍ଡ ଆବେଦନ କରାଯାଇ ନ ଥିଲା। ଫଳରେ କୋର୍ଟ ଉଭୟଙ୍କୁ ଜେଲକୁ ପଠାଇ ଦେଇଥିଲେ। କ୍ରାଇମବ୍ରାଞ୍ଚ୍ ଏଡିଜି ବି.କେ […]

dindian

dindian

Rakesh Mallick
  • Published: Monday, 19 October 2015
  • Updated: 19 October 2015, 01:15 PM IST

[caption id="attachment_40800" align="alignleft" width="300"]dindian ମୃତ ଦୀନବନ୍ଧୁ ଓ ତାଙ୍କ ପତ୍ନୀ, କ୍ରାଇମବ୍ରାଞ୍ଚ୍ ଅଧିକାରୀଙ୍କ ଗହଣରେ ଅଭିଯୁକ୍ତ ଆୟେଶା (ମୁହଁ ଘୋଡ଼ାଯାଇଛି)[/caption]

କଟକ: ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ଥ ଦିନଡିଆଁରେ ୪ ଜଣଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ଦମ୍ପତି ହିମାଦ୍ରୀ ଦାସ ଓରଫ୍ ରହିମ ଖାଁ ଓ ଆୟେଶ ବେଗମଙ୍କୁ ନିମାପଡ଼ା ସବ୍ ଜେଲକୁ ପଠାଇ ଦିଆଯାଇଛି। ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ସେମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିମାପଡ଼ା କୋର୍ଟରେ ହାଜର କରାଯାଇଥିଲା। କ୍ରାଇମବ୍ରାଞ୍ଚ ପକ୍ଷରୁ ଆଉ ରିମାଣ୍ଡ ଆବେଦନ କରାଯାଇ ନ ଥିଲା। ଫଳରେ କୋର୍ଟ ଉଭୟଙ୍କୁ ଜେଲକୁ ପଠାଇ ଦେଇଥିଲେ।

କ୍ରାଇମବ୍ରାଞ୍ଚ୍ ଏଡିଜି ବି.କେ ଶର୍ମା କହିଛନ୍ତି ଯେ ଘଟଣା ସଂପର୍କରେ ଉଭୟଙ୍କୁ ଆଉ ଜେରା କରିବାର ଆବଶ୍ୟକତା ନାହିଁ। ଘଟଣା ସଂପର୍କରେ ଯାହା ସବୁ ଜାଣିବା ଦରକାର ଥିଲା ତାହା ମିଳି ଯାଇଛି। ଆବଶ୍ୟକ  ସବୁ ପ୍ରମାଣ ବି ମିଳିଛି।  ଏହି ସବୁ ପ୍ରମାଣ ସେମାନଙ୍କୁ କଠୋର ଦଣ୍ଡ ଦେବାରେ ସମର୍ଥ ହେବ ବୋଲି ବିଶ୍ୱାସ ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି, ହିମାଦ୍ରୀ ଓରଫ ରହିମ ଖାଁ ଓ ଆୟେଶା ବେଗମ ଦୀନବନ୍ଧୁଙ୍କ ପରିବାରକୁ ହତ୍ୟା କରିବା ପରେ ସୁନାଗହଣା ଲୁଟ୍ କରି ନେଇଥିଲେ। ପ୍ରାୟ ୩୦ ଗ୍ରାମ ସୁନାଗହଣା ସେମାନେ ନେଇଯାଇଥିଲେ। ତରଳା ଯାଇଥିବା ଏହି ସୁନାଗହଣାଗୁଡ଼ିକୁ ଜବତ କରାଯାଇଛି। ସୁନାଗହଣାଗୁଡ଼ିକୁ ସେମାନେ ଜଣେ ବଣିଆଙ୍କ ନିକଟରେ ବିକ୍ରି କରିଥିଲେ। ଉକ୍ତ ବଣିଆ ମଧ୍ୟ ସେମାନଙ୍କୁ ଚିହ୍ନଟ କରିଛନ୍ତି।

କ୍ରାଇମବ୍ରାଞ୍ଚ୍ ଏ ଦୁହିଁଙ୍କୁ ୧୦ ଦିନ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। ପ୍ରଥମେ ୪ ଦିନ ଓ ପରେ ୬ ଦିନ ପାଇଁ ସେମାନଙ୍କୁ ତଦନ୍ତକାରୀ ଅଧିକାରୀମାନେ ରିମାଣ୍ଡରେ ନେଇଥିଲେ। କ୍ରାଇମବ୍ରାଞ୍ଚ୍ ମୃତ ଦୀନବନ୍ଧୁଙ୍କ ସଡ଼ୁ ଫକୀର ମଲ୍ଲିକଙ୍କୁ ମଧ୍ୟ ଗିରଫ କରିଛି। ଫକୀରଙ୍କ ମାଧ୍ୟମରେ ହିଁ ହିମାଦ୍ରୀ ପରିଚିତ ହୋଇଥିଲା ଦୀନବନ୍ଧୁଙ୍କ ସହିତ। ହିମାଦ୍ରୀକୁ ପକୀର ଧର୍ମପୁଅ କରିଥିଲେ ବୋଲି କ୍ରାଇମବ୍ରାଞ୍ଚ୍ କହିଛି।

ଚାକିରିରୁ ଅବସର ପରେ ଦୀନବନ୍ଧୁ ଗାଁରେ ଏକ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ଗତ ୨୧ ତାରିଖରେ ଦିନାଡିଆଁ ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ଦୀନବନ୍ଧୁ, ପତ୍ନୀ ନିର୍ମଳା ଓ ଦୁଇ ଛୋଟ ଝିଅଙ୍କର ଗଳାକଟା ଅବସ୍ଥାରେ ମୃତଦେହ ପରଦିନ ୨୨ ତାରିଖରେ ଉଦ୍ଧାର କରାଯାଇଥିଲା। ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ  ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇବା ପରେ କ୍ରାଇମବ୍ରାଞ୍ଚ ଟିମ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିଲା । କ୍ରାଇମବ୍ରାଞ୍ଚ ଟିମ ବିଭିନ୍ନ ସମୟରେ ଗାଁକୁ ଯାଇ ତଦନ୍ତ କରିବା ସହ ସମ୍ପର୍କୀୟମାନଙ୍କୁ ପଚରାଉଚରା କରୁଥିଲା । ପାରିପାର୍ଶ୍ୱିକ ସ୍ଥିତିରୁ ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରି ତାର ତଦନ୍ତ ଚଳାଇଥିଲା । ଏହି ଦମ୍ପତିଙ୍କୁ ଆସାମର ସିଲଚରରୁ ଗିରଫ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story