ଦୀପୁ ଓ ଓମ୍ ହତ୍ୟା ମାମଲା: ଖୁଣ୍ଟକଟା ଫାର୍ମ ହାଉସରୁ ମିଳିଲା ରକ୍ତଛିଟା
କଟକ: ଓମ୍ ଓ ଦୀପୁ ହତ୍ୟା ମାମଲାରେ ପୋଲିସ ହାତରେ ବୁଧବାର ଗୁରୁତ୍ୱପୂର୍ଣ୍ଣ ସୁରାକ୍ ଲାଗିଛି। ଆଠଗଡ ସ୍ଥିତ ଖୁଣ୍ଟକଟା ଫାର୍ମ ହାଉସ୍ର ଏକ ଘର କାନ୍ଥରେ ରକ୍ତ ଛିଟାର ସନ୍ଧାନ ପାଇଛି ପୋଲିସ। ଏ ନେଇ ଆଜି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ରକ୍ତଛିଟା ଲାଗିଥିବା ଘରେ ଓମ୍ ଓ ଦୀପୁକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ରାଜ୍ୟ ଫରେନ୍ସିକ୍ ଲାବ୍ ଟିମ୍ ଉକ୍ତ ରକ୍ତଛିଟା ସଂଗ୍ରହ କରିଛି। ଏହି ରକ୍ତଛିଟାର ଡିଏନ୍ଏ ଟେଷ୍ଟ […]
କଟକ: ଓମ୍ ଓ ଦୀପୁ ହତ୍ୟା ମାମଲାରେ ପୋଲିସ ହାତରେ ବୁଧବାର ଗୁରୁତ୍ୱପୂର୍ଣ୍ଣ ସୁରାକ୍ ଲାଗିଛି। ଆଠଗଡ ସ୍ଥିତ ଖୁଣ୍ଟକଟା ଫାର୍ମ ହାଉସ୍ର ଏକ ଘର କାନ୍ଥରେ ରକ୍ତ ଛିଟାର ସନ୍ଧାନ ପାଇଛି ପୋଲିସ। ଏ ନେଇ ଆଜି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ରକ୍ତଛିଟା ଲାଗିଥିବା ଘରେ ଓମ୍ ଓ ଦୀପୁକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ରାଜ୍ୟ ଫରେନ୍ସିକ୍ ଲାବ୍ ଟିମ୍ ଉକ୍ତ ରକ୍ତଛିଟା ସଂଗ୍ରହ କରିଛି। ଏହି ରକ୍ତଛିଟାର ଡିଏନ୍ଏ ଟେଷ୍ଟ କରାଯାଇପାରେ।
ଓମ୍ ଓ ଦୀପୁ ହତ୍ୟା ମାମଲାର ଖୋଳତାଡ଼ କରିବା ପାଇଁ ସାର୍ଫ ସୁଟର ଆରିଫ ଖାନଙ୍କୁ ଆଜି ଖୁଣ୍ଟକଟା ଫାର୍ମ ହାଉସକୁ ପଚରାଉଚରା ପାଇଁ ନିଆଯାଇଥିଲା। ଏସିପି ସ୍ପେଶାଲ ସ୍କ୍ୱାର୍ଡ ପ୍ରମୋଦ ରଥ ଓ ଚାଉଳିଆଗଞ୍ଜ ଆଇଆଇସି ଅଜୟ ଦାସ ଓ ସାଇଣ୍ଟିଫିକ୍ ଟିମ୍ଙ୍କ ସମେତ ଅନ୍ୟ ପୋଲିସ୍ ଅଧିକାରୀ ଫାର୍ମ ହାଉସକୁ ତନ୍ନତନ୍ନ ଯାଞ୍ଚ କରିଥିଲେ। ଏହି ଫାର୍ମ ହାଉସରେ ଓମ୍ ଓ ଦୀପୁଙ୍କ ହତ୍ୟା କରାଯିବା ପରେ ଝାରଖଣ୍ଡରେ ଶବ ନଷ୍ଟ କରାଯାଇଥିଲା। ଓମ୍ ଓ ଦୀପୁ ହତ୍ୟା ମାମଲାରେ ଅଧିକ ଖୋଳତାଡ଼ ପାଇଁ ମଙ୍ଗଳବାର କମିଶନରେଟ୍ ପୋଲିସ୍ ଆରିଫକୁ ରିମାଣ୍ଡରେ ଆଣିଥିଲା।
ପ୍ରଥମେ ଡି’ ଗ୍ୟାଙ୍ଗରେ ଗାଡ଼ି ଚଳାଉଥିବା ଆରିଫ ଦୀପୁ ଓ ଓମ୍ର ହତ୍ୟା ପରେ ସାର୍ପ ସୁଟର ଭାବେ କାମ ଆରମ୍ଭ କରିଥିଲା। ଦୀପୁ ଓ ଓମ୍ ହତ୍ୟା ମାମଲାର ତଦନ୍ତ ବେଳେ ଆରିଫର ନାଁ ଆସିଥିଲା। ତାକୁ ଧରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ପେଶାଲ ଟିମ୍ ଗଠନ କରାଯାଇଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏହି ଟିମ୍ ମଦୁରାଇରୁ ଆରିଫକୁ ଗିରଫ କରି ଓଡ଼ିଶା ଆଣିଥିଲା।