ଭୁବନେଶ୍ୱର: ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଏୟାର ଓଡ଼ିଶାର ନିର୍ଦ୍ଦେଶକ ସନ୍ତୋଷ ପାଣିଙ୍କୁ ବୁଧବାର ଗିରଫ କରିଛି କମିଶନରେଟ୍ ପୋଲିସ। ଏୟାର ଓଡ଼ିଶାର ପୂର୍ବତନ ସେୟାର ହୋଲ୍ଡର ସନ୍ଦୀପ ରାୟଙ୍କ ଅଭିଯୋଗ କ୍ରମେ ତାଙ୍କୁ ଆଜି ଗିରଫ କରାଯାଇଛି ବୋଲି ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।
ସନ୍ଦୀପଙ୍କ ଅଭିଯୋଗ କରିଥିଲେ, “ଏୟାର ଓଡ଼ିଶାରେ ୪୦ ପ୍ରତିଶତ ସେୟାର ଦେବା ପାଇଁ ସନ୍ତୋଷ ତାଙ୍କଠାରୁ ୮୦ ଲକ୍ଷ ଟଙ୍କା ନେଇଥିଲେ। ପରେ ସେ ୪୦ ଟଙ୍କା ଫେରାଇ ଦେଇଥିଲେ। ହେଲେ ବଳକା ଟଙ୍କା ନ ଦେଇ ନ ଥିଲେ।”
ଏହାକୁ ନେଇ ସନ୍ଦୀପ ଖଣ୍ଡଗିରି ଥାନାରେ ଏକ ଏତଲା ରୁଜୁ କରିଥିଲେ। ଏହାକୁ ଭତ୍ତି କରି ପୋଲିସ ସନ୍ତୋଷଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।