ଡାକ୍ତର ଦମ୍ପତି ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିବ କମିଶନରେଟ୍ ପୋଲିସ୍

ଭୁବନେଶ୍ୱର:  ଭୁବନେଶ୍ୱର ଶୈଳଶ୍ରୀ ବିହାର ଡାକ୍ତର ଦମ୍ପତି ହତ୍ୟା ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କୁ ୩ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ କମିଶନରେଟ୍ ପୋଲିସ୍। ଅପରାଧ ପୂର୍ବରୁ ଏବଂ ପରେ କାହା କାହା ସହିତ ଏମାନଙ୍କ ସମ୍ପର୍କ ଥିଲା, ସେନେଇ କମିଶନରେଟ୍ ପୋଲିସ ତନାଘନା କରିବ। ଏଥିସହ ଫେରାର ୨ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। ଏହି ଦୁଇ ଅଭିଯୁକ୍ତ ରାଜ୍ୟ ବାହାରେ ଥିବା ପୋଲିସ କମିଶନର ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା […]

hotya bbsr

Rakesh Mallick
  • Published: Sunday, 20 December 2015
  • , Updated: 20 December 2015, 08:13 AM IST

ଭୁବନେଶ୍ୱର:  ଭୁବନେଶ୍ୱର ଶୈଳଶ୍ରୀ ବିହାର ଡାକ୍ତର ଦମ୍ପତି ହତ୍ୟା ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କୁ ୩ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ କମିଶନରେଟ୍ ପୋଲିସ୍। ଅପରାଧ ପୂର୍ବରୁ ଏବଂ ପରେ କାହା କାହା ସହିତ ଏମାନଙ୍କ ସମ୍ପର୍କ ଥିଲା, ସେନେଇ କମିଶନରେଟ୍ ପୋଲିସ ତନାଘନା କରିବ। ଏଥିସହ ଫେରାର ୨ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି। ଏହି ଦୁଇ ଅଭିଯୁକ୍ତ ରାଜ୍ୟ ବାହାରେ ଥିବା ପୋଲିସ କମିଶନର ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।

ଅଭିଯୁକ୍ତ କିଶୋର ବେହେରା ଓରଫ୍ ଟିମ୍ପା ଓ ମହମ୍ମଦ କମାଲ୍ ଖାଁ ଓରଫ ମୁନ୍ନା ଏବଂ ସେମାନଙ୍କ ସହ ଅନ୍ୟତମ ଅଭିଯୁକ୍ତ ମୁନ୍ନାର ପତ୍ନୀ ନିନିକୁ ପୋଲିସ ଶନିବାର ଗିରଫ କରିଥିଲା। ଅନ୍ୟ ଦୁଇ ଅଭିଯୁକ୍ତ ଟିକିନା ଓ ତାର ସ୍ୱାମୀ ଯବାନ ଫେରାର ଅଛନ୍ତି।

ଶୁକ୍ରବାର ରାତିରେ ଗୋପାଳପୁରର ଏକ ଢାବାରୁ ଟିମ୍ପାକୁ ଗିରଫ କରାଯାଇଥିଲା। ମୁନ୍ନା ଓ ନିନିକୁ ଟାଙ୍ଗି ଓ ଚୌଦ୍ୱାରରୁ ପୋଲିସ ଗିରଫ କରିଥିଲା। ଗତ ନଭେମ୍ୱର ୧୫ରେ ଏହି ଡବଲ ମର୍ଡର ହୋଇଥିଲା। ଅବସରପ୍ରାପ୍ତ ଡାକ୍ତର ପ୍ରଫୁଲ୍ଲ ମିଶ୍ର ଏବଂ ତାଙ୍କ ସ୍ତ୍ରୀ ସୁଷମା ମିଶ୍ରଙ୍କୁ ସେମାନଙ୍କ ଘରେ ହତ୍ୟା କରାଯାଇଥିଲା।

Related story