ସମ୍ବଲପୁର: ଦୁଇ ନାବାଳକଙ୍କ ସହ ୪ ଭଣ୍ଡ ବାବା ଗିରଫ

ସମ୍ବଲପୁର: ନକଲି ଗ୍ରହ ମୁଦି, ରତ୍ନପଥର ବିକ୍ରି କରିବା ବାହାନାରେ ଲୋକଙ୍କୁ ଟଙ୍କ। ଛଡାଇ ନେବା ଅଭିଯୋଗରେ କ୍ଷେତରାଜପୁର ଥାନା ପୋଲିସ ୪ଜଣ ଭଣ୍ଡ ବାବାଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଦୁଇଜଣ ନାବାଳକ ଅଛନ୍ତି । ଅଭିଯୁକ୍ତମାନେ ଦିଲ୍ଲୀର କରିମ ନଗର ଅଞ୍ଚଳର ବୋଲି ପୋଲିସ କହିଛି। ସେମାନଙ୍କଠାରୁ ବହୁ ନକଲି ରତ୍ନ ପଥର, ତାବିଜ ପୋଲିସ ଜବତ କରଛି। ପୋଲିସ ସୂତ୍ରରୁ ଜଣାପଡିଛି ଯେ, କ୍ଷେତରାଜପୁର ଥାନା ଅନ୍ତର୍ଗତ କ୍ରିଷ୍ଣାନଗର ଅଞ୍ଚଳର ଜଣଙ୍କ […]

smb1

Rakesh Mallick
  • Published: Sunday, 30 August 2015
  • , Updated: 31 August 2015, 03:06 AM IST

ସମ୍ବଲପୁର: ନକଲି ଗ୍ରହ ମୁଦି, ରତ୍ନପଥର ବିକ୍ରି କରିବା ବାହାନାରେ ଲୋକଙ୍କୁ ଟଙ୍କ। ଛଡାଇ ନେବା ଅଭିଯୋଗରେ କ୍ଷେତରାଜପୁର ଥାନା ପୋଲିସ ୪ଜଣ ଭଣ୍ଡ ବାବାଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଦୁଇଜଣ ନାବାଳକ ଅଛନ୍ତି । ଅଭିଯୁକ୍ତମାନେ ଦିଲ୍ଲୀର କରିମ ନଗର ଅଞ୍ଚଳର ବୋଲି ପୋଲିସ କହିଛି। ସେମାନଙ୍କଠାରୁ ବହୁ ନକଲି ରତ୍ନ ପଥର, ତାବିଜ ପୋଲିସ ଜବତ କରଛି।

ପୋଲିସ ସୂତ୍ରରୁ ଜଣାପଡିଛି ଯେ, କ୍ଷେତରାଜପୁର ଥାନା ଅନ୍ତର୍ଗତ କ୍ରିଷ୍ଣାନଗର ଅଞ୍ଚଳର ଜଣଙ୍କ ଘରକୁ ଅଭିଯୁକ୍ତମାନେ ଯାଇଥିଲେ । ସେମାନେ ଗ୍ରହ ଖରାପ ଥିବା କହିବା ସହ ରିଷ୍ଟ ଖଣ୍ଡନ କରିବା ପାଇଁ  ନକଲି ରତ୍ନପଥର ବିକ୍ରି କରବାକୁ ଉଦ୍ୟମ କରିଥିଲେ। ତେବେ ଘରର ଜଣେ ମହିଳା ୧୦୦ ଟଙ୍କ। ଦେବାକୁ ଟଙ୍କ। ବାହାର କରୁଥିବାବେଳେ ଅଭିଯୁକ୍ତମାନେ ୫୦୦ ଟଙ୍କ। ଛଡାଇ ଘଟଣା ସ୍ଥଳରୁ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ତେବେ ସ୍ଥାନୀୟ ଲୋକେ ସେମାନଙ୍କୁ ଧରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ ।

Related story