ରୋଜ୍‌ ଭ୍ୟାଲିର ୧୨୫୦ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

କୋଲକାତା: ପଶ୍ଚିମ ବଙ୍ଗ ଓ ଓଡ଼ିଶାରେ କୋଟି କୋଟି ଟଙ୍କାର ଠକେଇ କରିଥିବା ଚିଟ୍‌ଫଣ୍ଡ କଂପାନୀ ରୋଜ୍ ଭ୍ୟାଲିର ୧,୨୫୦ କୋଟି ଟଙ୍କାର ସଂପତ୍ତିକୁ ବାଜ୍ୟାପ୍ତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଜବତ ସଂପତ୍ତି ମଧ୍ୟରେ ରହିଛି ୮ଟି ହୋଟେଲ୍ ଓ ଏକ ରୋଲ୍‌ସ ରଏସ୍ ଲକ୍‌ଜରି କାର୍। ବାଜ୍ୟାପ୍ତ ହୋଟେଲ୍‌ଗୁଡ଼ିକ ଜୟପୁର (ରାଜସ୍ଥାନ), ପୋର୍ଟ ବ୍ଲେୟର (ଆଣ୍ଡାମାନ ଓ ନିକୋବାର ଦୀପପୁଞ୍ଜ), ପାଣାଜୀ (ଗୋଆ), ହରିଦ୍ୱାର (ଉତ୍ତରାଖଣ୍ଡ), ରାଞ୍ଚି (ଝାଡ଼ଖଣ୍ଡ), ସିଲଚାର (ଆସାମ) ଓ କୋଲକାତାରେ […]

rose valley

Rakesh Mallick
  • Published: Thursday, 22 December 2016
  • , Updated: 22 December 2016, 10:12 PM IST

କୋଲକାତା: ପଶ୍ଚିମ ବଙ୍ଗ ଓ ଓଡ଼ିଶାରେ କୋଟି କୋଟି ଟଙ୍କାର ଠକେଇ କରିଥିବା ଚିଟ୍‌ଫଣ୍ଡ କଂପାନୀ ରୋଜ୍ ଭ୍ୟାଲିର ୧,୨୫୦ କୋଟି ଟଙ୍କାର ସଂପତ୍ତିକୁ ବାଜ୍ୟାପ୍ତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଜବତ ସଂପତ୍ତି ମଧ୍ୟରେ ରହିଛି ୮ଟି ହୋଟେଲ୍ ଓ ଏକ ରୋଲ୍‌ସ ରଏସ୍ ଲକ୍‌ଜରି କାର୍। ବାଜ୍ୟାପ୍ତ ହୋଟେଲ୍‌ଗୁଡ଼ିକ ଜୟପୁର (ରାଜସ୍ଥାନ), ପୋର୍ଟ ବ୍ଲେୟର (ଆଣ୍ଡାମାନ ଓ ନିକୋବାର ଦୀପପୁଞ୍ଜ), ପାଣାଜୀ (ଗୋଆ), ହରିଦ୍ୱାର (ଉତ୍ତରାଖଣ୍ଡ), ରାଞ୍ଚି (ଝାଡ଼ଖଣ୍ଡ), ସିଲଚାର (ଆସାମ) ଓ କୋଲକାତାରେ ରହିଛି।

ଏକ ରୋଲ୍‌ସ ରଏସ୍ ଲକ୍‌ଜରି କାର୍ ସମେତ ଏକ ଡଜନ୍‌ରୁ ଅଧିକ ଅନ୍ୟ କାର୍‌ ମଧ୍ୟ ଜବତ କରାଯାଇଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ରୋଜଭ୍ୟାଲିର ବାଜ୍ୟାପ୍ତ ସଂପତ୍ତିର କବଲା ମୂଲ୍ୟ ପ୍ରାୟ ୪୬୫ କୋଟି ଟଙ୍କା। କିନ୍ତୁ ଏହି ସଂପତ୍ତିର ବର୍ତ୍ତମାନର ବଜାର ଦର ୧୨୫୦ କୋଟି ଟଙ୍କା।

ଠକେଇ ଅଭିଯୋଗରେ ୨୦୧୪ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରୋଜଭ୍ୟାଲିର ମୁଖ୍ୟ ଗୌତମ କୁଣ୍ଡୁ ନାଁର ଏକ ଅପରାଧିକ ମାମଲା ରୁଜୁ କରିଥିଲା। ଗତ ବର୍ଷ କୁଣ୍ଡୁଙ୍କୁ ଇଡି ଗିରଫ କରିଥିଲା। ସେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

ରୋଜ୍ ଭ୍ୟାଲି ୧୫,୦୦୦ କୋଟି ଟଙ୍କାର ଠକେଇ କରିଥିବା ଇଡି ଆକଳନ କରିଛି।

Related story