ପୋଲିସର ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦୀପକ ମଣ୍ଡଳ ଓ ତାର ସହଯୋଗୀ ଆହତ

ବ୍ରହ୍ମପୁର: ପଶ୍ଚିମବଙ୍ଗ ଓ ପଞ୍ଜାବର ମୋଷ୍ଟ ୱାଣ୍ଟେଟ୍‌ ତାଲିକାରେ ଥିବା ଦୀପକ ମଣ୍ଡଳକୁ ଆଜି ଗୋଳନ୍ଥରା ଭୈରବୀ ମନ୍ଦିର ନିକଟରେ ଏନ୍‌କାଉଣ୍ଟର କରିଛି ଗୋପାଳପୁର ପୋଲିସ। ଦୀପକର ଦୁଇ ଗୋଡରେ ଗୁଳି ବାଜିଥିବା ବେଳେ ତା’ ନିକଟରୁ ପିସ୍ତଲ ଓ ଗୁଳି ଜବତ ହୋଇଛି। ଗୁରୁତର ଅବସ୍ଥାରେ ତାକୁ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ କରାଯାଛି। ତା’ ନାଁରେ ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ୧୭/୧୮ଟି ମାମଲା ରହିଛି। ଅନ୍ୟପକ୍ଷରେ ତା’ର ସହଯୋଗୀ ଅଷ୍ଟମ ମଣ୍ଡଳକୁ ମଧ୍ୟ […]

encounter

Rakesh Mallick
  • Published: Tuesday, 30 August 2016
  • , Updated: 30 August 2016, 10:41 PM IST

ବ୍ରହ୍ମପୁର: ପଶ୍ଚିମବଙ୍ଗ ଓ ପଞ୍ଜାବର ମୋଷ୍ଟ ୱାଣ୍ଟେଟ୍‌ ତାଲିକାରେ ଥିବା ଦୀପକ ମଣ୍ଡଳକୁ ଆଜି ଗୋଳନ୍ଥରା ଭୈରବୀ ମନ୍ଦିର ନିକଟରେ ଏନ୍‌କାଉଣ୍ଟର କରିଛି ଗୋପାଳପୁର ପୋଲିସ। ଦୀପକର ଦୁଇ ଗୋଡରେ ଗୁଳି ବାଜିଥିବା ବେଳେ ତା’ ନିକଟରୁ ପିସ୍ତଲ ଓ ଗୁଳି ଜବତ ହୋଇଛି। ଗୁରୁତର ଅବସ୍ଥାରେ ତାକୁ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ କରାଯାଛି। ତା’ ନାଁରେ ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ୧୭/୧୮ଟି ମାମଲା ରହିଛି।

ଅନ୍ୟପକ୍ଷରେ ତା’ର ସହଯୋଗୀ ଅଷ୍ଟମ ମଣ୍ଡଳକୁ ମଧ୍ୟ ଗୋପାଳପୁର ପଥରା ନିକଟରେ ଏନ୍‌କାଉଣ୍ଟର କରିଛି ପୋଲିସ। ତା’ନିକଟରୁ ୩ଟି ପିସ୍ତଲ ଓ ଗୋଟିଏ ଗୁଳି ଜବତ କରିଛି ପୋଲିସ। ଗୁରୁତର ଅବସ୍ଥାରେ ଅଷ୍ଟମକୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଛି ପୋଲିସ।

Related story