ବିଦେଶୀ ମଦ ଜବତ, ୨ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୋଲିସ୍ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ସୁନ୍ଦରପଦା ହାଟରେ ଚଢ଼ାଉ କରି ୯୧ ବୋତଲ ବେଆଇନ୍ ବିଦେଶୀ ମଦ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଲେ ଦୁଃଶାସନ ସାହୁ ଓ ରାଜକିଶୋର ସାହୁ। ଉଭୟ ସୁନ୍ଦରପଦା ଅଞ୍ଚଳର।