ବାଲେଶ୍ୱର:ଏସ୍‌ପିଙ୍କ ବାସଭବନ ସମ୍ମୁଖରେ ମହିଳା ଫରେଷ୍ଟଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ବନ ବିଭାଗର ଜଣେ ମହିଳା ଫରେଷ୍ଟଗାର୍ଡ ଆଜି ଏସ୍‌ପିଙ୍କ ବାସଭବନ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ ବେଳେ ପୋଲିସ ତାଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୨ ଲିଟର ପେଟ୍ରୋଲ, ଦିଆସିଲି ଜବତ କରାଯାଇଛି। ମହିଳା ଫରେଷ୍ଟଗାର୍ଡ ଜଣଙ୍କ ନିଯୁକ୍ତି ପାଇଥିବା କାର୍ଯ୍ୟାଳୟର ଡେପୁଟି ରେଞ୍ଜର ରାମଚନ୍ଦ୍ର ବେହେରା ତାଙ୍କୁ ଯୌନ ନିର୍ଯାତନା ଦେଉଥିବା ନେଇ ସେ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କରିବାର ଦୁଇମାସ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି […]

forestgourad

Rakesh Mallick
  • Published: Sunday, 15 May 2016
  • , Updated: 15 May 2016, 03:36 PM IST

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ବନ ବିଭାଗର ଜଣେ ମହିଳା ଫରେଷ୍ଟଗାର୍ଡ ଆଜି ଏସ୍‌ପିଙ୍କ ବାସଭବନ ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ ବେଳେ ପୋଲିସ ତାଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ୨ ଲିଟର ପେଟ୍ରୋଲ, ଦିଆସିଲି ଜବତ କରାଯାଇଛି।

ମହିଳା ଫରେଷ୍ଟଗାର୍ଡ ଜଣଙ୍କ ନିଯୁକ୍ତି ପାଇଥିବା କାର୍ଯ୍ୟାଳୟର ଡେପୁଟି ରେଞ୍ଜର ରାମଚନ୍ଦ୍ର ବେହେରା ତାଙ୍କୁ ଯୌନ ନିର୍ଯାତନା ଦେଉଥିବା ନେଇ ସେ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କରିବାର ଦୁଇମାସ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ସେ ଏପରି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ମହିଳା ଫରେଷ୍ଟଗାର୍ଡ ଜଣଙ୍କ କହିଛନ୍ତି, “ବନ ବିଭାଗର ଡେପୁଟି ରେଞ୍ଜର ରାମଚନ୍ଦ୍ର ବେହେରା ମୋତେ ଯୌନ ନିର୍ଯାତନା ଦେଉଥିଲେ। ଏ ନେଇ ମୁଁ ଥାନାରେ ଅଭିଯୋଗ କରିଥିଲି। ନୀଳଗିରି ଥାନା ଅଧିକାରୀ ଓ ଏସ୍‌ପି ମୋତେ ନ୍ୟାୟ ଦେବେ ବୋଲି କହିଥିଲେ। କିନ୍ତୁ ଦୁଇ ମାସ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇ ନାହିଁ। ତେଣୁ ମୁଁ ଆଜି ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲି।”

ସହଦେବଖୁଣ୍ଟା ଥାନା ଅଧିକାରୀ ପ୍ରଜ୍ଞା ମହାନ୍ତି କହିଛନ୍ତି,“ଏସ୍‌ପିଙ୍କ ବାସଭବନ ସମ୍ମୁଖରେ ଜଣେ ମହିଳା ଆତ୍ମହୂତି ଦେଉଥିବା ଖବର ପାଇ ଆମେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ପେଟ୍ରୋଲ ଓ ଦିଆସିଲ୍‌ ଜବତ କରିଛୁ।”

Related story