ଗର୍ଭବତୀ ସ୍ତ୍ରୀକୁ ଛାଡ଼ି ସ୍ୱାମୀ ଫେରାର୍

କଟକ:  ଗର୍ଭବତୀ ସ୍ତ୍ରୀକୁ  ଛାଡ଼ି ଚାଲିଗଲା ସ୍ୱାମୀ।  ଏ ନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି କଟକ ତିନିକୋଣିଆ ବଗିଚାର ଜଣେ ମହିଳା। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ କଟକ  ଜିଲ୍ଲା ମାହାଙ୍ଗାର ଅଜୟ ରାଉତ ନାମକ ଜଣେ ବ୍ୟକ୍ତିଙ୍କୁ ସେ ବିବାହ କରିଥିଲେ। ବାହାଘର ପରେ ଉଭୟ  ତିନିକୋଣିଆ ବଗିଚାର ଏକ ଭଡ଼ା ଘରେ ରହୁଥିଲେ।  ବିବାହ ପରେ ସ୍ୱାମୀ କଥାରେ ସେ ତିନି ଥର ଗର୍ଭ ନଷ୍ଟ କରିଥିବା ପୀଡିତା କହିଛନ୍ତି। ଚତୁର୍ଥ ଥର ଗର୍ଭ […]

ctc

Rakesh Mallick
  • Published: Monday, 08 August 2016
  • , Updated: 08 August 2016, 10:06 AM IST

କଟକ:  ଗର୍ଭବତୀ ସ୍ତ୍ରୀକୁ  ଛାଡ଼ି ଚାଲିଗଲା ସ୍ୱାମୀ।  ଏ ନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି କଟକ ତିନିକୋଣିଆ ବଗିଚାର ଜଣେ ମହିଳା। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ କଟକ  ଜିଲ୍ଲା ମାହାଙ୍ଗାର ଅଜୟ ରାଉତ ନାମକ ଜଣେ ବ୍ୟକ୍ତିଙ୍କୁ ସେ ବିବାହ କରିଥିଲେ। ବାହାଘର ପରେ ଉଭୟ  ତିନିକୋଣିଆ ବଗିଚାର ଏକ ଭଡ଼ା ଘରେ ରହୁଥିଲେ।  ବିବାହ ପରେ ସ୍ୱାମୀ କଥାରେ ସେ ତିନି ଥର ଗର୍ଭ ନଷ୍ଟ କରିଥିବା ପୀଡିତା କହିଛନ୍ତି। ଚତୁର୍ଥ ଥର ଗର୍ଭ ନଷ୍ଟ ପାଇଁ ସେ ରାଜି ନ ହେବାରୁ  ସ୍ୱାମୀ  ଓ ତାଙ୍କ ସମ୍ପର୍କୀୟ ତାଙ୍କୁ ନିର୍ଯାତନା ଦେଇଥିଲେ ଏବଂ ସ୍ୱାମୀ ତାଙ୍କୁ ଛାଡ଼ି ଚାଲି ଯାଇଥିବା ସେ ଅଭିଯୋଗ କରିଛନ୍ତି।

ଅଭିଯୋଗକାରିଣୀ କହିଛନ୍ତି,“ଗତ ସେପ୍ଟେମ୍ୱର ୨୫ରେ ମନ୍ଦିରରେ ବାହାଘର ହେବା ପରେ ଜାନୁଆରୀ ୮ ତାରିଖରେ କୋର୍ଟ ମ୍ୟାରେଜ୍‌ କରିଥିଲୁ। ଖୁଡ଼ି ଶାଶୂ, ପିଉସୀ ଶାଶୂ ଓ ସ୍ୱାମୀ ମିଶି ଜୋର୍‌ଜବରଦସ୍ତ ମୋ’ ଗର୍ଭ ନଷ୍ଟ କରିଛନ୍ତି।”

Related story