ଗଞ୍ଜାମ: ଆଇଆରଇ ପରିସରରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବ୍ରହ୍ମପୁର: ଗଞ୍ଜ।ମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଠାରେ ଥିବା ଭାରତୀୟ ବିରଳ ମୃତ୍ତିକା ପ୍ଲାଣ୍ଟ୍ (ଆଇଆରଇ) ପରିସରରୁ ଆଜି ଜଣେ ଶ୍ରମିକଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ୍। ତାଙ୍କ ନାଁ ଟି. ରମେଶ। ତାଙ୍କ ଘର ସାନଆର୍ଜିପଲ୍ଲୀ ଗାଁରେ। ଗତକାଲି ସେ ପ୍ଲାଣ୍ଟରେ କାମ କରିଥିଲେ। ତେବେ ଆଜି ସକାଳେ ତାଙ୍କ ମୃତଦେହକୁ ପ୍ଲାଣ୍ଟ ପରିସରରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଖବର ପାଇ ପ୍ଲାଣ୍ଟ୍ କର୍ତ୍ତୃପକ୍ଷ ଓ ପୋଲିସ୍ ଘଟଣା […]

ire

Rakesh Mallick
  • Published: Wednesday, 15 June 2016
  • , Updated: 15 June 2016, 01:31 PM IST

ବ୍ରହ୍ମପୁର: ଗଞ୍ଜ।ମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଠାରେ ଥିବା ଭାରତୀୟ ବିରଳ ମୃତ୍ତିକା ପ୍ଲାଣ୍ଟ୍ (ଆଇଆରଇ) ପରିସରରୁ ଆଜି ଜଣେ ଶ୍ରମିକଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ୍। ତାଙ୍କ ନାଁ ଟି. ରମେଶ। ତାଙ୍କ ଘର ସାନଆର୍ଜିପଲ୍ଲୀ ଗାଁରେ।

ଗତକାଲି ସେ ପ୍ଲାଣ୍ଟରେ କାମ କରିଥିଲେ। ତେବେ ଆଜି ସକାଳେ ତାଙ୍କ ମୃତଦେହକୁ ପ୍ଲାଣ୍ଟ ପରିସରରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଖବର ପାଇ ପ୍ଲାଣ୍ଟ୍ କର୍ତ୍ତୃପକ୍ଷ ଓ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ୍ କହିଛି।

ଶ୍ରମିକ ସଂଘ ଓ ରମେଶଙ୍କ ପରିବାର ଲୋକ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିବା ସହ ଉଚିତ୍ କ୍ଷତିପୂରଣ ଓ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ଦେବା ପାଇଁ ଦାବି କରିଛନ୍ତି।

Related story