ଭୁବନେଶ୍ୱର: ଗିରଫ ସନ୍ତୋଷ ଓ ମନୋଜ ହାତରେ ମାଉଜର

ଭୁବନେଶ୍ୱର: ଗତକାଲି ଡକାୟତି ଅଭିଯୋଗରେ ଗିରଫ ହୋଇଥିବା ସନ୍ତୋଷ ବେହେରା ଓ ମନୋଜ ଖୁଣ୍ଟିଆ ଚୋରା ବନ୍ଧୁକ ବ୍ୟବହାର କରୁଥିବା ପ୍ରମାଣ ଲାଗିଛି ପୋଲିସ୍‌ ହାତରେ। ଏ ସମ୍ପର୍କରେ କିଛି ଏକ୍‌ସକ୍ଲୁସିଭ୍‌ ଫଟୋ ‘ଓଟିଭି’ର ହସ୍ତଗତ ହୋଇଛି। ଖୋଲାଖୋଲି ମାଉଜର ଧରି ଫଟୋ ଉଠାଇଛି ସନ୍ତୋଷ। ତାର ସହଯୋଗୀ ମନୋରଞ୍ଜନ ହାତରେ ବି ଅଛି ମାଉଜର। ଏମାନଙ୍କ ମଧ୍ୟରୁ ସନ୍ତୋଷ ସହ ପୂର୍ବତନ ବିଧାୟକ ରମେଶ ଜେନାଙ୍କର ଲିଙ୍କ୍ ଥିବା ପୋଲିସ ସନ୍ଦେହ କରୁଛି। ତେବେ ଏମାନଙ୍କ […]

santosh and manoj 2

Rakesh Mallick
  • Published: Tuesday, 15 March 2016
  • , Updated: 15 March 2016, 04:53 PM IST

ଭୁବନେଶ୍ୱର: ଗତକାଲି ଡକାୟତି ଅଭିଯୋଗରେ ଗିରଫ ହୋଇଥିବା ସନ୍ତୋଷ ବେହେରା ଓ ମନୋଜ ଖୁଣ୍ଟିଆ ଚୋରା ବନ୍ଧୁକ ବ୍ୟବହାର କରୁଥିବା ପ୍ରମାଣ ଲାଗିଛି ପୋଲିସ୍‌ ହାତରେ। ଏ ସମ୍ପର୍କରେ କିଛି ଏକ୍‌ସକ୍ଲୁସିଭ୍‌ ଫଟୋ ‘ଓଟିଭି’ର ହସ୍ତଗତ ହୋଇଛି। ଖୋଲାଖୋଲି ମାଉଜର ଧରି ଫଟୋ ଉଠାଇଛି ସନ୍ତୋଷ। ତାର ସହଯୋଗୀ ମନୋରଞ୍ଜନ ହାତରେ ବି ଅଛି ମାଉଜର। ଏମାନଙ୍କ ମଧ୍ୟରୁ ସନ୍ତୋଷ ସହ ପୂର୍ବତନ ବିଧାୟକ ରମେଶ ଜେନାଙ୍କର ଲିଙ୍କ୍ ଥିବା ପୋଲିସ ସନ୍ଦେହ କରୁଛି। ତେବେ ଏମାନଙ୍କ ପାଖରୁ ଏ ଚୋରା ବନ୍ଧୁକ ଆସିଲା କେଉଁଠୁ? ଏମାନେ ରାଜଧାନୀରେ ଚୋରା ବନ୍ଧୁକ କାରବାରରେ ଜଡିତ ଥିଲେ କି? ଚୋରା ବନ୍ଧୁକ ସହ ରମେଶ ଜେନାଙ୍କର କିଛି ଲିଙ୍କ ରହିଛି କି? ବ୍ରହ୍ମପୁର ପୋଲିସ ସନ୍ତୋଷ ବେହେରାକୁ ରିମାଣ୍ଡରେ ନେବାକୁ ଯୋଜନା କରୁଥିବାରୁ ତାକୁ ଜେରା ପରେ ହିଁ ଏହା ଉପରୁ ପରଦା ହଟିବାର ସମ୍ଭାବନା ରହିଛି।

Related story