ହାପି କରଙ୍କ ପତ୍ନୀ କରିଥିବା ଠିକାଦାରୀ କାମର ପାଉଣା ନ ଦେବାକୁ ନିର୍ଦ୍ଦେଶ ଦେଲେ ଭିଜିଲାନ୍ସ

ଭୁବନେଶ୍ୱର: ଡାକ୍ତର ମୋତିଲାଲ ଗୌଡ଼ କେଳେଙ୍କାରୀ ମାମଲାରେ ତାଙ୍କ ଘନିଷ୍ଠ ସହଯୋଗୀ ହାପି କରଙ୍କ ପତ୍ନୀ କରିଥିବା ଠିକାଦାରୀ କାମର ଅର୍ଥ ପୈଠ ନ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶ ଦେଇଛି। ଏହାଛଡ଼ା ସେ କରିଥିବା ସମସ୍ତ ଠିକା କାମ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଛି ଭିଜିଲାନ୍ସ। ହାପି କରଙ୍କ ପତ୍ନୀ ଶ୍ରାବଣୀ ରାଜ୍ୟର ବିଭିନ୍ନ ଜନସ୍ୱାସ୍ଥ୍ୟ ଡିଭିଜନରେ ଠିକାଦାରୀ କାମ କରୁଥିଲେ। ଏ ସବୁ କାମର ବାକିଆ ବିଲ୍‌ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଜନ […]

hapi-kara

Rakesh Mallick
  • Published: Tuesday, 30 August 2016
  • , Updated: 30 August 2016, 09:27 PM IST

ଭୁବନେଶ୍ୱର: ଡାକ୍ତର ମୋତିଲାଲ ଗୌଡ଼ କେଳେଙ୍କାରୀ ମାମଲାରେ ତାଙ୍କ ଘନିଷ୍ଠ ସହଯୋଗୀ ହାପି କରଙ୍କ ପତ୍ନୀ କରିଥିବା ଠିକାଦାରୀ କାମର ଅର୍ଥ ପୈଠ ନ କରିବାକୁ ଭିଜିଲାନ୍ସ ନିର୍ଦ୍ଦେଶ ଦେଇଛି। ଏହାଛଡ଼ା ସେ କରିଥିବା ସମସ୍ତ ଠିକା କାମ ସମ୍ପର୍କରେ ସବିଶେଷ ତଥ୍ୟ ମାଗିଛି ଭିଜିଲାନ୍ସ।

ହାପି କରଙ୍କ ପତ୍ନୀ ଶ୍ରାବଣୀ ରାଜ୍ୟର ବିଭିନ୍ନ ଜନସ୍ୱାସ୍ଥ୍ୟ ଡିଭିଜନରେ ଠିକାଦାରୀ କାମ କରୁଥିଲେ। ଏ ସବୁ କାମର ବାକିଆ ବିଲ୍‌ ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ଜନ ସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀମାନଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶ ଦେଇଛି।

କଟକ ଭିଜିଲାନ୍ସ ସେଲର ଜନ ସ୍ୱାସ୍ଥ୍ୟ ବିଭାଗ କଟକ, ପୁରୀ, ବ୍ରହ୍ମପୁର, କୋରାପୁଟ, ରାଉରକେଲା, ରାୟଗଡ଼ା ଓ ଭୁବନେଶ୍ୱର ସର୍କଲ ଅଧିନରେ ଥିବା ଯନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦେଶନାମା ଜାରି କରାଯାଇଛି।ଏ ସବୁ ସ୍ଥାନରେ ଶ୍ରାବଣୀଙ୍କ ନାମରେ ଠିକାଦାରି କରାଯାଇଥିଲା।

ଭିଜିଲାନ୍ସର ବିନା ଅନୁମୋଦନରେ ଶ୍ରାବଣୀଙ୍କୁ ତାଙ୍କ ବାକିଆ ଟଙ୍କା ପୈଠ ନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Related story