ଠକେଇ ଅଭିଯୋଗରେ ସୂର୍ଯ୍ୟାଂଶ ହୋଟେଲ ମାଲିକ ଗିରଫ

ଭୁବନେଶ୍ୱର: ଠକେଇ ଅଭିଯୋଗରେ ସୂର୍ଯ୍ୟାଂଶ ହୋଟେଲ ମାଲିକ ଚିତ୍ତ ମଲ୍ଲିକଙ୍କୁ ଗୁରୁବାର କମିଶନରେଟ୍ ପୋଲିସ ଗିରଫ କରିଛି। ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟ ବିକ୍ରି କରିବା ପାଇଁ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ନେଇ ଚିତ୍ତ ଓ ତାଙ୍କ ଭାଇ ନିରଞ୍ଜନଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ନୟାପଲ୍ଲୀ ଥାନା ପୋଲିସ ପୂର୍ବରୁ ନିରଞ୍ଜନଙ୍କୁ ଗିରଫ କରିଥିଲା। ସେବେଠାରୁ ଚିତ୍ତ ଫେରାର ଥିଲେ। ଆଜି ସକାଳୁ ତାଙ୍କ ନୟାପଲ୍ଲୀସ୍ଥିତ […]

giraf

Rakesh Mallick
  • Published: Thursday, 17 December 2015
  • , Updated: 17 December 2015, 07:09 AM IST

ଭୁବନେଶ୍ୱର: ଠକେଇ ଅଭିଯୋଗରେ ସୂର୍ଯ୍ୟାଂଶ ହୋଟେଲ ମାଲିକ ଚିତ୍ତ ମଲ୍ଲିକଙ୍କୁ ଗୁରୁବାର କମିଶନରେଟ୍ ପୋଲିସ ଗିରଫ କରିଛି। ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟ ବିକ୍ରି କରିବା ପାଇଁ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଥିବା ନେଇ ଚିତ୍ତ ଓ ତାଙ୍କ ଭାଇ ନିରଞ୍ଜନଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ ହୋଇଥିଲା।

ଅଭିଯୋଗକୁ ଭିତ୍ତିକରି ନୟାପଲ୍ଲୀ ଥାନା ପୋଲିସ ପୂର୍ବରୁ ନିରଞ୍ଜନଙ୍କୁ ଗିରଫ କରିଥିଲା। ସେବେଠାରୁ ଚିତ୍ତ ଫେରାର ଥିଲେ। ଆଜି ସକାଳୁ ତାଙ୍କ ନୟାପଲ୍ଲୀସ୍ଥିତ ବାସଭବନରୁ ପୋଲିସ ଚିତ୍ତଙ୍କୁ ଗିରଫ କରିଥିଲା। ତେବେ ଏଭଳି ଠକେଇ ଅଭିଯୋଗକୁ ଚିତ୍ତ ଅସ୍ୱୀକାର କରିଛନ୍ତି।

Related story