ମାଲକାନଗିରି: ସ୍ତ୍ରୀକୁ  ପୋଡ଼ି ମାରିଦେଲା ସ୍ୱାମୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମ୍‌ଭି-୧୩ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଯମୁନା ଦେ’ ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ମନିନ୍ଦ୍ର ନିଆଁରେ ପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗାଁ ଲୋକେ ଘଟଣା ସମ୍ପର୍କରେ ଜାଣିପାରି ପୋଲିସ୍‌କୁ ଖବର ଦେବା ସହିତ ମନିନ୍ଦ୍ରଙ୍କୁ ଗୋଟିଏ ଘରେ ଅଟକ ରଖିଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ପରକିୟା ପ୍ରୀତିକୁ ନେଇ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା ବୋଲି […]

Malkangere

Malkangere

Rakesh Mallick
  • Published: Friday, 30 September 2016
  • Updated: 30 September 2016, 04:09 PM IST

Sports

Latest News

Malkangereମାଲକାନଗିରି: ମାଲକାନଗିରି ଜିଲ୍ଲା ଏମ୍‌ଭି-୧୩ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଯମୁନା ଦେ’ ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ମନିନ୍ଦ୍ର ନିଆଁରେ ପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗାଁ ଲୋକେ ଘଟଣା ସମ୍ପର୍କରେ ଜାଣିପାରି ପୋଲିସ୍‌କୁ ଖବର ଦେବା ସହିତ ମନିନ୍ଦ୍ରଙ୍କୁ ଗୋଟିଏ ଘରେ ଅଟକ ରଖିଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ପରକିୟା ପ୍ରୀତିକୁ ନେଇ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା ବୋଲି ଗାଁ ଲୋକେ କହିଛନ୍ତି। ଆଜି ସକାଳେ ବାଡ଼ିରେ ଯମୁନାଙ୍କ ଅର୍ଦ୍ଧଦଗ୍ଧ ଶବ ପଡ଼ିଥିବା ଗାଁ ଲୋକେ ଦେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos