ମାଲକାନଗିରି: ସ୍ତ୍ରୀକୁ  ପୋଡ଼ି ମାରିଦେଲା ସ୍ୱାମୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମ୍‌ଭି-୧୩ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଯମୁନା ଦେ’ ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ମନିନ୍ଦ୍ର ନିଆଁରେ ପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗାଁ ଲୋକେ ଘଟଣା ସମ୍ପର୍କରେ ଜାଣିପାରି ପୋଲିସ୍‌କୁ ଖବର ଦେବା ସହିତ ମନିନ୍ଦ୍ରଙ୍କୁ ଗୋଟିଏ ଘରେ ଅଟକ ରଖିଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ପରକିୟା ପ୍ରୀତିକୁ ନେଇ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା ବୋଲି […]

Malkangere

Rakesh Mallick
  • Published: Friday, 30 September 2016
  • , Updated: 30 September 2016, 04:09 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ଏମ୍‌ଭି-୧୩ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଯମୁନା ଦେ’ ନାମକ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ମନିନ୍ଦ୍ର ନିଆଁରେ ପୋଡ଼ି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗାଁ ଲୋକେ ଘଟଣା ସମ୍ପର୍କରେ ଜାଣିପାରି ପୋଲିସ୍‌କୁ ଖବର ଦେବା ସହିତ ମନିନ୍ଦ୍ରଙ୍କୁ ଗୋଟିଏ ଘରେ ଅଟକ ରଖିଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ପରକିୟା ପ୍ରୀତିକୁ ନେଇ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିଲା ବୋଲି ଗାଁ ଲୋକେ କହିଛନ୍ତି। ଆଜି ସକାଳେ ବାଡ଼ିରେ ଯମୁନାଙ୍କ ଅର୍ଦ୍ଧଦଗ୍ଧ ଶବ ପଡ଼ିଥିବା ଗାଁ ଲୋକେ ଦେଖିଥିଲେ।

Related story