କନ୍ଧମାଳ: ବେଆଇନ ବନ୍ଧୁକ ତିଆରି କରିବା ଅଭିଯୋଗରେ ୨ ଗିରଫ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଗୁଚ୍ଛାପଡା ଥାନା ଅନ୍ତର୍ଗତ ପାଙ୍ଗାପାଜୁ ବିନ୍ଧାଣିସାହିରେ ଗତକାଲି ବିଳମ୍ବିତ ରାତିରେ ବେଆଇନ ବନ୍ଧୁକ ତିଆରି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ପୋଲିସ୍ ଗିରଫ କରିଛି। ସେମାନେ ହେଲେ ବାଞ୍ଚା ବିନ୍ଧାଣି ଏବଂ ରୋହିତ ବିନ୍ଧାଣି। ସେମାନଙ୍କ ଠାରୁ ବନ୍ଧୁକ ତିଆରି ସରଞ୍ଜାମ,୭ଟି କାଠର ବନ୍ଧୁକ ବେସ,୧୦ଟି ଲୁହା ବେରଲ, ହାତୁଡି,ସେଣି ଓ କଟର ମେସିନ୍ ଜବତ କରାଯାଇଛି। ସେମାନେ ଏହି ବନ୍ଧୁକ ତିଆରି କାର୍ଯ୍ୟରେ ପ୍ରାୟ ବର୍ଷେ ହେବ ଜଡିତ ଥିଲେ। ଏହା […]

ps-guchhapada

Rakesh Mallick
  • Published: Sunday, 18 September 2016
  • , Updated: 18 September 2016, 12:35 PM IST

କନ୍ଧମାଳ: କନ୍ଧମାଳ ଜିଲ୍ଲା ଗୁଚ୍ଛାପଡା ଥାନା ଅନ୍ତର୍ଗତ ପାଙ୍ଗାପାଜୁ ବିନ୍ଧାଣିସାହିରେ ଗତକାଲି ବିଳମ୍ବିତ ରାତିରେ ବେଆଇନ ବନ୍ଧୁକ ତିଆରି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ପୋଲିସ୍ ଗିରଫ କରିଛି। ସେମାନେ ହେଲେ ବାଞ୍ଚା ବିନ୍ଧାଣି ଏବଂ ରୋହିତ ବିନ୍ଧାଣି। ସେମାନଙ୍କ ଠାରୁ ବନ୍ଧୁକ ତିଆରି ସରଞ୍ଜାମ,୭ଟି କାଠର ବନ୍ଧୁକ ବେସ,୧୦ଟି ଲୁହା ବେରଲ, ହାତୁଡି,ସେଣି ଓ କଟର ମେସିନ୍ ଜବତ କରାଯାଇଛି। ସେମାନେ ଏହି ବନ୍ଧୁକ ତିଆରି କାର୍ଯ୍ୟରେ ପ୍ରାୟ ବର୍ଷେ ହେବ ଜଡିତ ଥିଲେ। ଏହା ସହ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ବନ୍ଧୁକ ବିଭିନ୍ନ ଲୋକଙ୍କୁ ବିକ୍ରି କରିଥିବା ପୋଲିସ୍ ନିକଟରେ ସ୍ୱୀକାର କରିଛନ୍ତି।

Related story