ପାରାଦ୍ୱୀପ ଆଇଓସିଏଲ୍‌ ଟ୍ୟାଙ୍କର ପରିବହନରେ ଦୁର୍ନୀତି ଅଭିଯୋଗ

କଟକ: ପାରାଦ୍ୱୀପ ଇଣ୍ଡିଆନ୍ ଅଏଲ ରିଫାଇନାରୀରେ ଟ୍ୟାଙ୍କର ପରିବହନ ଟେଣ୍ଡର ପ୍ରକ୍ରିୟାରେ ଦୁର୍ନୀତି ହୋଇଥିବା ବୁଧବାର ଅଭିଯୋଗ ହୋଇଛି। ଆଜି କଟକ ଚୌଦ୍ୱାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଏହି ଅଭିଯୋଗ ଆଣିଛନ୍ତି। ରିଫାଇନାରୀରେ ନିୟୋଜିତ ଟ୍ୟାଙ୍କର ବିନା ଟେଣ୍ଡରରେ ଚାଲିଥିବା ଓ ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ପୃକ୍ତ ଥିବା ସେ ଅଭିଯୋଗ କରିଛନ୍ତି। ଏଥିରେ ପୂର୍ବତନ ମନ୍ତ୍ରୀ ସମୀର ଦେ ଓ ବିଜେପି ନେତା ନୟନ ମହାନ୍ତିଙ୍କ ସମ୍ପୃକ୍ତି ନେଇ ମଧ୍ୟ ସେ ଅଭିଯୋଗ […]

iocl-re-durniti

Rakesh Mallick
  • Published: Wednesday, 04 May 2016
  • , Updated: 04 May 2016, 03:47 PM IST

କଟକ: ପାରାଦ୍ୱୀପ ଇଣ୍ଡିଆନ୍ ଅଏଲ ରିଫାଇନାରୀରେ ଟ୍ୟାଙ୍କର ପରିବହନ ଟେଣ୍ଡର ପ୍ରକ୍ରିୟାରେ ଦୁର୍ନୀତି ହୋଇଥିବା ବୁଧବାର ଅଭିଯୋଗ ହୋଇଛି। ଆଜି କଟକ ଚୌଦ୍ୱାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଏହି ଅଭିଯୋଗ ଆଣିଛନ୍ତି। ରିଫାଇନାରୀରେ ନିୟୋଜିତ ଟ୍ୟାଙ୍କର ବିନା ଟେଣ୍ଡରରେ ଚାଲିଥିବା ଓ ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ପୃକ୍ତ ଥିବା ସେ ଅଭିଯୋଗ କରିଛନ୍ତି। ଏଥିରେ ପୂର୍ବତନ ମନ୍ତ୍ରୀ ସମୀର ଦେ ଓ ବିଜେପି ନେତା ନୟନ ମହାନ୍ତିଙ୍କ ସମ୍ପୃକ୍ତି ନେଇ ମଧ୍ୟ ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଏନେଇ ଆଜି କଟକ ଜିଲ୍ଲାପାଳ ଅଫିସ୍‌ ସମ୍ମୁଖରେ କଟକ ଚୌଦ୍ୱାର ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ କଟକ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଏନେଇ ସମୀର ଦେ କହିଛନ୍ତି,‘‘ଚୌଦ୍ୱାର ବିଧାୟକ ଯେଉଁ ଅଭିଯୋଗ ଆଣିଛନ୍ତି ଏଥିରେ ତିଳେ ମାତ୍ର ସତ୍ୟତା ନାହିଁ। ସେ ଏହି ଅଭିଯୋଗକୁ ପ୍ରମାଣ କରନ୍ତୁ। ଯଦି ନ କରି ପାରିବେ ତେବେ ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ। ଯଦି ତାଙ୍କ ନିକଟରେ ତଥ୍ୟ ଅଛି ତେବେ ଶୀଘ୍ର ପ୍ରକାଶ କରନ୍ତୁ।”

Related story