ବ୍ରହ୍ମପୁର: ଆଇପିଏଲ୍‌ ବେଟିଂ ଅଭିଯୋଗରେ ୨ ଗିରଫ, ୧୧ ଲକ୍ଷ ଟଙ୍କା ଜବତ

ବ୍ରହ୍ମପୁର: ବ୍ରହ୍ମପୁର ବିଏନପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଚନ୍ଦନ ନଗରରେ ଜଣକ ଘରେ ଆଇପିଏଲ୍ ପାଇଁ ବେଟିଂ ଚାଲିଥିବା ବେଳେ ପୋଲିସ୍ ସେଠାରେ ଚଢ଼ାଉ କରି  ଦୁଇ ଜଣଙ୍କୁ ଗିରଫ କରିବା ସହ ୧୧ଲକ୍ଷ ୧୮ ହଜାର ୮୦ ଟଙ୍କା ଜବତ କରିଛନ୍ତି। ୧୦ଟି ମୋବାଇଲ୍ ଓ  ଗୋଟିଏ ଲାପଟପ୍ ମଧ୍ୟ ଜବତ କରାଯାଇଛି। ଗିରଫ ଦ୍ୱୟ ହେଲେ ବ୍ରହ୍ମପୁର ବିଦ୍ୟୁତପୁର କଲୋନୀର କ୍ଷୀରୋଦ କୁମାର ଗୌଡ଼ ଓ ନୀଳାଚଳ ନଗରର ଅମ୍ୱିକା ପ୍ରସାଦ ପାଢ଼ୀ। ବେଟିଂ […]

2-arrest

Rakesh Mallick
  • Published: Wednesday, 25 May 2016
  • , Updated: 25 May 2016, 12:58 PM IST

ବ୍ରହ୍ମପୁର: ବ୍ରହ୍ମପୁର ବିଏନପୁର ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲୀ ଚନ୍ଦନ ନଗରରେ ଜଣକ ଘରେ ଆଇପିଏଲ୍ ପାଇଁ ବେଟିଂ ଚାଲିଥିବା ବେଳେ ପୋଲିସ୍ ସେଠାରେ ଚଢ଼ାଉ କରି  ଦୁଇ ଜଣଙ୍କୁ ଗିରଫ କରିବା ସହ ୧୧ଲକ୍ଷ ୧୮ ହଜାର ୮୦ ଟଙ୍କା ଜବତ କରିଛନ୍ତି। ୧୦ଟି ମୋବାଇଲ୍ ଓ  ଗୋଟିଏ ଲାପଟପ୍ ମଧ୍ୟ ଜବତ କରାଯାଇଛି।

ଗିରଫ ଦ୍ୱୟ ହେଲେ ବ୍ରହ୍ମପୁର ବିଦ୍ୟୁତପୁର କଲୋନୀର କ୍ଷୀରୋଦ କୁମାର ଗୌଡ଼ ଓ ନୀଳାଚଳ ନଗରର ଅମ୍ୱିକା ପ୍ରସାଦ ପାଢ଼ୀ। ବେଟିଂ ଘଟଣାକୁ କ୍ଷୀରୋଦ ସ୍ୱୀକାର କରିବା ସହ ଏଥିରେ ଆହୁରି ୧୦ ରୁ ୧୫ ଜଣ ସଂପୃକ୍ତ ଥିବା କହିଛି।

Related story