ଆଇପିଏଲ ବେଟିଂ: ବ୍ରହ୍ମପୁରରୁ ଜଣେ ଗିରଫ, ୭ ଲକ୍ଷରୁ ଅଧିକ ଟଙ୍କା ଜବତ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ପିତାଖୁଣ୍ଟି ସାହିରେ ଆଇପିଏଲ୍ ବେଟିଂ ଚାଲିଥିବା ବେଳେ ପୋଲିସ୍ ଚଢ଼ାଉ କରି ମୁଖ୍ୟ ବୁକିକୁ ଗିରଫ କରିଛି। ଗିରଫ ବୁକି ଜଣଙ୍କ ହେଲେ ଇ. ସୁରେଶ କୁମାର। ତାଙ୍କଠାରୁ ପୋଲିସ୍ ୭,୯୧,୦୦୦ ଟଙ୍କା, ୧୭୫ ଗ୍ରାମ ଅଳଙ୍କାର ଓ ୧୦ଟି ମୋବାଇଲ ଜବତ କରିଛି। ବେଟିଂ ଚାଲିଥିବା ସନ୍ଦେହରେ ଏବେ ବି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଗତ ୨୫ ତାରିଖରେ ବ୍ରହ୍ମପୁର ଲାଞ୍ଜିପାଲ୍ଲୀ ଅଞ୍ଚଳରୁ ବେଟିଂ ଅଭିଯୋଗରେ […]

berahampur

Rakesh Mallick
  • Published: Sunday, 29 May 2016
  • , Updated: 30 May 2016, 10:42 AM IST

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ପିତାଖୁଣ୍ଟି ସାହିରେ ଆଇପିଏଲ୍ ବେଟିଂ ଚାଲିଥିବା ବେଳେ ପୋଲିସ୍ ଚଢ଼ାଉ କରି ମୁଖ୍ୟ ବୁକିକୁ ଗିରଫ କରିଛି। ଗିରଫ ବୁକି ଜଣଙ୍କ ହେଲେ ଇ. ସୁରେଶ କୁମାର। ତାଙ୍କଠାରୁ ପୋଲିସ୍ ୭,୯୧,୦୦୦ ଟଙ୍କା, ୧୭୫ ଗ୍ରାମ ଅଳଙ୍କାର ଓ ୧୦ଟି ମୋବାଇଲ ଜବତ କରିଛି। ବେଟିଂ ଚାଲିଥିବା ସନ୍ଦେହରେ ଏବେ ବି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

ଗତ ୨୫ ତାରିଖରେ ବ୍ରହ୍ମପୁର ଲାଞ୍ଜିପାଲ୍ଲୀ ଅଞ୍ଚଳରୁ ବେଟିଂ ଅଭିଯୋଗରେ ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରିଥିଲା। ସେତେବେଳେ ଅଭିଯୁକ୍ତଙ୍କ ନିକଟରୁ ୧୧ ଲକ୍ଷ ଟଙ୍କା ସହ ମୋବାଇଲ୍‌ ଫୋନ୍‌ ଓ ଲାପଟପ୍‌ ଜବତ କରାଯାଇଥିଲା।

Related story