ରାୟଗଡ଼ା: ରାୟଗଡ଼ା ଏସ୍ଡିଜେଏମ୍ କୋର୍ଟ ଇରାନୀ ସମାଜସେବୀ ନାର୍ଗିସ୍ କେ. ଆସ୍ତାରୀଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ ସହ ୩ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ପ୍ରମାଣ ଅଭାବରୁ ଜୁଏଲ ରାଜୁ ଗୁପ୍ତା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।
୨୦୧୪ ନଭେମ୍ୱର ୩ ତାରିଖରେ ମୁକୁନ୍ଦପୁର ସ୍ଥିତ ପ୍ରିନ୍ସ ଫାଉଣ୍ଡେସନ୍ ସଦସ୍ୟମାନେ କିଛି ଛୋଟ ପିଲାଙ୍କୁ ଧରି ସହର ଉପକଣ୍ଠକୁ ବଣଭୋଜି କରିବାକୁ ଯାଇଥିଲେ। ସେମାନେ ନାଗାବଳୀ ନଦୀ ଉପରେ ଝୋଲା ପୋଲ ଅତିକ୍ରମ କରୁଥିବା ବେଳେ ଅସୀମ ନାମକ ଜଣେ ନାବଳକ ଖସି ପଡ଼ି ଭାସି ଯାଇ ମୃତ୍ୟୁ ବରଣ କରିଥିଲା। ଏ ସମ୍ପର୍କରେ ଅସୀମଙ୍କ ବାପା ପ୍ରିନ୍ସ ଫାଉଣ୍ଡେସନ୍ ମୁଖ୍ୟ ନାର୍ଗିସ୍ କେ. ଆସ୍ତାରୀ ଓ ସମ୍ପାଦକ ଜୁଏଲ ରାଜୁ ଗୁପ୍ତାଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ।
ଆଜି ରାୟଗଡ଼ା ଏସ୍ଡିଜେଏମ୍ ଏହି ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଶୁଣାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବାଇକ୍ରେ ଆସିଲେ, ସୁନା ଚେନ୍ ଝାମ୍ପି ନେଲେ
ବାଇକ୍ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା। ଯେଉଁ ପୁଅ ବାପାର ସାହାରା ପାଲଟିବା କଥା, ସେ ମୁଣ୍ଡ ବିନ୍ଧାର କାରଣ ପାଲଟିଲା। ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Crime
ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ, ଅଭିଯୁକ୍ତ ଚମ୍ପଟ
ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।