କଟୁରୀରେ ହାଣି ସ୍ତ୍ରୀକୁ ହତ୍ୟା, ଅଭିଯୁକ୍ତ ସ୍ୱାମୀ ଗିରଫ

ଉଦଳା:  ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ବଡ଼ ପଥରା ପଞ୍ଚାୟତ ଗିରିଶଚନ୍ଦ୍ରପୁର ଗାଁର ଜିତୁ ଲୋହରା ଗତକାଲି ରାତିରେ ସ୍ତ୍ରୀ ସୁଭଦ୍ରାଙ୍କୁ ହତ୍ୟା କରିଛନ୍ତି। ଗାଁର ଜଣେ ଯୁବକଙ୍କ ସହ ସ୍ତ୍ରୀଙ୍କର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଜିତୁ ଏପରି କରିଥିବା ଅଭିଯୋଗ ହୋଇଛି।

ଗତକାଲି ରାତିରେ ଏହି ଘଟଣାକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସୁଭଦ୍ରା ଶୋଇଥିବା ସମୟରେ ଜିତୁ ଏକ କଟୁରୀରେ ତାଙ୍କୁ ହାଣି ହତ୍ୟା କରିଥିଲେ।

ଖବର ପାଇ ଆଜି ପୋଲିସ୍‌ ଗାଁକୁ ଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ପୋଲିସ୍‌ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ କଟୁରୀକୁ ପୋଲିସ୍‌ ଜବତ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।