ଦେହରେ କିରୋସିନି ଢ଼ାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ସ୍ୱାମୀ ଅଟକ

ଜଗତସିଂହପୁର: ବାଲିକୁଦା ଥାନା ଅନ୍ତର୍ଗତ ଦରଡ଼ା ଗାଁର ପିଙ୍କି ନାମ୍ନୀ ଜଣେ ମହିଳା ଦେହରେ କିରୋସିନି ଢ଼ାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ମହିଳାଙ୍କ ସ୍ୱାମୀ ଆର୍ତ୍ତ କାଣ୍ଡିକୁ ପୋଲିସ ଅଟକ ରଖିଛି।

ପାରିବାରିକ କଳହ ଯୋଗୁଁ ଏହି ଅଘଟଣ ଘଟିଥିବା ପୋଲିସ୍‌ ଅନୁମାନ କରୁଛି। ୨ ବର୍ଷ ତଳେ ଆର୍ତ୍ତଙ୍କୁ ପିଙ୍କି ବିବାହ କରିଥିଲେ।