ଜେଲ ଗଲେ ବେଙ୍ଗାଲୁରୁରେ ଗଞ୍ଜେଇ ବିକ୍ରି ଅଭିଯୋଗରେ ଗିରଫ ୨ ଓଡ଼ିଆ ଯୁବକ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଗଞ୍ଜେଇ ବିକ୍ରି କରିବା ଅଭିଯୋଗରେ ଗିରଫ ୨ ଓଡ଼ିଆ ଯୁବକଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତ ୩୦ ତାରିଖରେ ପୋଲିସ ସେମାନଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ୮ କିଲୋ ଗଞ୍ଜେଇ ଜବତ କରିଥିଲା। ଗିରଫ ଦୁଇ ଯୁବକ ହେଲେ କନ୍ଧମାଳର ଦୀପକ ସାହୁ ଏବଂ ତାଙ୍କ ସହଯୋଗୀ ସୁବ୍ରତ ସାହୁ। ବେଙ୍ଗାଲୁରୁ ସହରର ଖ୍ରାଏଷ୍ଟ କଲେଜ ନିକଟରେ ଗଞ୍ଜେଇ ବିକ୍ରି କରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା। […]

ganjei

Rakesh Mallick
  • Published: Sunday, 05 June 2016
  • , Updated: 05 June 2016, 07:31 PM IST

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଗଞ୍ଜେଇ ବିକ୍ରି କରିବା ଅଭିଯୋଗରେ ଗିରଫ ୨ ଓଡ଼ିଆ ଯୁବକଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତ ୩୦ ତାରିଖରେ ପୋଲିସ ସେମାନଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ୮ କିଲୋ ଗଞ୍ଜେଇ ଜବତ କରିଥିଲା। ଗିରଫ ଦୁଇ ଯୁବକ ହେଲେ କନ୍ଧମାଳର ଦୀପକ ସାହୁ ଏବଂ ତାଙ୍କ ସହଯୋଗୀ ସୁବ୍ରତ ସାହୁ।

ବେଙ୍ଗାଲୁରୁ ସହରର ଖ୍ରାଏଷ୍ଟ କଲେଜ ନିକଟରେ ଗଞ୍ଜେଇ ବିକ୍ରି କରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଓଡ଼ିଶାରେ ପଞ୍ଜିକୃତ ଏକ ସ୍କର୍ପିଓ ମଧ୍ୟ ଜବତ କରାଯାଇଛି। ଦୀପକ ଗଞ୍ଜେଇ ଓଡ଼ିଶାରୁ କିଣି ବେଙ୍ଗାଲୁରୁ ନେବା ପରେ ସେଠାରେ ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି।

Related story