ଜୟପୁର: ଡ୍ରାଇଭରକୁ ମାଡ ମାରି କାଜୁ ବୋଝେଇ ପିକଅପ୍ ଲୁଟି ନେଲେ ଦୁର୍ବୃତ୍ତ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ କୁମୁଲିପୁଟ ନିକଟ ୨୬ ନମ୍ବର ଜାତୀୟ ରାଜପଥରୁ ଗତ ରାତିରେ ଦୁର୍ବୃତ୍ତମାନେ ଏକ କାଜୁ ବୋଝେଇ ମ୍ୟାକ୍ସ ପିକଅପକୁ ଲୁଟି ନେଇଛନ୍ତି। ଏକ ବାଇକରେ ୩ଜଣ ଦୁର୍ବୃତ୍ତ ଆସି ପିକଅପ୍ ଡ୍ରାଇଭରଙ୍କୁ ମାଡ ମାରିବା ସହ ମାରଣାସ୍ତ୍ର ଦେଖାଇ ଗାଡିଟିକୁ ଲୁଟି ନେଇଥିଲେ। ଏ ନେଇ ଡ୍ରାଇଭର କାଜୁ ମାଲିକଙ୍କୁ ଜଣାଇବା ପରେ ସେ ଆମ୍ବାଗୁଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର […]

jaipur-loot

jaipur-loot

Rakesh Mallick
  • Published: Wednesday, 23 December 2015
  • Updated: 23 December 2015, 12:39 PM IST

Sports

Latest News

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ବ୍ଲକ କୁମୁଲିପୁଟ ନିକଟ ୨୬ ନମ୍ବର ଜାତୀୟ ରାଜପଥରୁ ଗତ ରାତିରେ ଦୁର୍ବୃତ୍ତମାନେ ଏକ କାଜୁ ବୋଝେଇ ମ୍ୟାକ୍ସ ପିକଅପକୁ ଲୁଟି ନେଇଛନ୍ତି। ଏକ ବାଇକରେ ୩ଜଣ ଦୁର୍ବୃତ୍ତ ଆସି ପିକଅପ୍ ଡ୍ରାଇଭରଙ୍କୁ ମାଡ ମାରିବା ସହ ମାରଣାସ୍ତ୍ର ଦେଖାଇ ଗାଡିଟିକୁ ଲୁଟି ନେଇଥିଲେ। ଏ ନେଇ ଡ୍ରାଇଭର କାଜୁ ମାଲିକଙ୍କୁ ଜଣାଇବା ପରେ ସେ ଆମ୍ବାଗୁଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ।

ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କୁମୁଲିପୁଟର ଏକ ମିଲ ସାମନାରେ ଲାଗିଥିବା ସିସିଟିଭି ଫୁଟେଜକୁ ପୋଲିସ ଅନୁଧ୍ୟାନ କରୁଛି। କାଜୁ ମିଲର କିଛି କର୍ମଚାରୀ ଓ ଡ୍ରାଇଭର ଏହି ଲୁଟରେ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି। ଜୟପୁର ବ୍ଲକ ପଲକାପୁଟ ସ୍ଥିତ ଏକ କାଜୁ ମିଲରୁ ୧୪୯ଟି ଟିଣ ଡବାରେ କାଜୁ ପ୍ୟାକିଂ ହୋଇ ପିକଅପରେ ବୋରିଗୁମ୍ମା ଯାଉଥିବା ବେଳେ ଲୁଟ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos