ଯାଜପୁର: ୬ ହାଇୱେ ଲୁଟେରା ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୋଲିସ୍ ଗତକାଲି ରାତିରେ ୬ ଜଣ ହାଇୱେ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଜବତ କରାଯାଇଛି। ସେମାନେ ସମସ୍ତେ ମାହାଙ୍ଗା, ସାଲେପୁର, ଡେରାବିଶି ଓ ଯାଜପୁର ଟାଉନ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଗତକାଲି ରାତିରେ ବାଲିଚନ୍ଦ୍ରପୁର ଥାନା ଓଳାଶୁଣୀ ନିକଟସ୍ଥ ଗୋବରୀ ନଦୀ ପୋଲ ତଳେ ରହି ଏହି ଅଭିଯୁକ୍ତମାନେ ଗାଡ଼ି ଲୁଟ୍‌ କରିବାକୁ ଯୋଜନା କରୁଥିବା ବେଳେ ପୋଲିସ୍ ସେମାନଙ୍କୁ ଗିରଫ କରିଥିଲା। ସେମାନଙ୍କ […]

jajpur-

Rakesh Mallick
  • Published: Tuesday, 31 May 2016
  • , Updated: 31 May 2016, 10:21 AM IST

ଯାଜପୁର: ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୋଲିସ୍ ଗତକାଲି ରାତିରେ ୬ ଜଣ ହାଇୱେ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଜବତ କରାଯାଇଛି। ସେମାନେ ସମସ୍ତେ ମାହାଙ୍ଗା, ସାଲେପୁର, ଡେରାବିଶି ଓ ଯାଜପୁର ଟାଉନ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି।

ଗତକାଲି ରାତିରେ ବାଲିଚନ୍ଦ୍ରପୁର ଥାନା ଓଳାଶୁଣୀ ନିକଟସ୍ଥ ଗୋବରୀ ନଦୀ ପୋଲ ତଳେ ରହି ଏହି ଅଭିଯୁକ୍ତମାନେ ଗାଡ଼ି ଲୁଟ୍‌ କରିବାକୁ ଯୋଜନା କରୁଥିବା ବେଳେ ପୋଲିସ୍ ସେମାନଙ୍କୁ ଗିରଫ କରିଥିଲା। ସେମାନଙ୍କ ଠାରୁ ଦୁଇଟି ଭୁଜାଲି, ଲଙ୍କା ଗୁଣ୍ଡ ପ୍ୟାକେଟ୍, ଗୋଟିଏ ଲୁହାରଡ୍ ଓ ଠେଙ୍ଗା ଜବତ କରାଯାଇଛି।  ସେମାନଙ୍କ ନାମରେ ଯାଜପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର ବିଭିନ୍ନ ଥାନରେ ଏକାଧିକ ମାମଲା ରହିଥିବା ପୋଲିସ କହିଛି। ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Related story