ଯାଜପୁର: ପେଟ୍ରୋଲ୍‌ପମ୍ପ୍ କର୍ମଚାରୀଙ୍କଠାରୁ ୮ ଲକ୍ଷ ଟଙ୍କା ଲୁଟ୍

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋବରଘାଟି-ମଧୁବନ ରାସ୍ତାରେ ଆଜି ଦିନ ଦିପହରରେ ଜଣେ ପେଟ୍ରୋଲ୍‌ପମ୍ପ୍ କର୍ମଚାରୀଙ୍କଠାରୁ ୮ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଗୋଲାଗାଁ ସ୍ଥିତ ଏକ ପେଟ୍ରୋଲ୍‌ପମ୍ପ୍‌ର କର୍ମଚାରୀ ଉତ୍ସବ ସାହୁ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ବେଳେ  ୪ ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିଲେ। ଜଣେ ଦୁର୍ବୃତ୍ତ ଫାଙ୍କା ଗୁଳି ଚଳାଇବା ସହିତ ଉତ୍ସବଙ୍କ ମୁଣ୍ଡରେ ଶକ୍ତ […]

loot

Rakesh Mallick
  • Published: Monday, 11 July 2016
  • , Updated: 11 July 2016, 04:52 PM IST

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋବରଘାଟି-ମଧୁବନ ରାସ୍ତାରେ ଆଜି ଦିନ ଦିପହରରେ ଜଣେ ପେଟ୍ରୋଲ୍‌ପମ୍ପ୍ କର୍ମଚାରୀଙ୍କଠାରୁ ୮ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଗୋଲାଗାଁ ସ୍ଥିତ ଏକ ପେଟ୍ରୋଲ୍‌ପମ୍ପ୍‌ର କର୍ମଚାରୀ ଉତ୍ସବ ସାହୁ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ବେଳେ  ୪ ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିଲେ। ଜଣେ ଦୁର୍ବୃତ୍ତ ଫାଙ୍କା ଗୁଳି ଚଳାଇବା ସହିତ ଉତ୍ସବଙ୍କ ମୁଣ୍ଡରେ ଶକ୍ତ ଆଘାତ ଦେଇଥିଲେ। ଆହତ ଉତ୍ସବଙ୍କୁ ଦାନଗଦୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଉତ୍ସବ କହିଛନ୍ତି,“ଦୁର୍ବୃତ୍ତମାନେ ପ୍ରଥମେ ମୋତେ ଧକ୍କା ଦେଇଥିଲେ। ମୁଁ ପଡ଼ିଯିବା ପରେ ମୋଠାରୁ ଟଙ୍କା ବ୍ୟାଗ୍ ଛଡ଼ାଇ ନେଇଥିଲେ। ମୁଁ ବ୍ୟାଗ୍‌ନ ଛାଡ଼ିବାରୁ ମୋ ମୁଣ୍ଡରେ ଶକ୍ତ ପ୍ରହାର ମଧ୍ୟ କରିଥିଲେ।  କଳିଙ୍ଗନଗର ପୋଲିସ୍ ଘଟଣାର ତଦନ୍ତ କରୁଛି।”

Related story