ଯାଜପୁର: ମହିଳାଙ୍କ ମୃତଦେହ ଉଦ୍ଧାର 

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଜିନ୍ଦଲ ଷ୍ଟେନଲେସ୍ କାରଖାନା ରେଳବାଇ ୱାର୍ଡରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନି। ପାରାଦୀପରୁ ଏହି କାରଖାନାକୁ କୋଇଲା ବୋଝେଇ ମାଲବାହୀ ଟ୍ରେନ ଆସିଥିବା ବେଳେ ଏକ ଡବାରୁ ଅଖାରେ ଭର୍ତ୍ତି ହୋଇଥିବା ମୃତଦେହ ମିଳିଥିଲା। ମହିଳାଙ୍କ ମୁଣ୍ଡରୁ ଦେହ ଅଲଗା ହୋଇଯାଇଛି। ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତଦେହକୁ ଦାନଗଦୀ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇବା ସହ ପୋଲିସ ତଦନ୍ତ ଜାରି ରଖିଛି। ଫୋରେନସିକ୍ ଲାବକୁ ମଧ୍ୟ ମୃତଦେହର ଅଂଶବିଶେଷ ପଠାଯାଇଛି।